ଗଞ୍ଜେଇ ସହ ବୋଲେରୋ ଜବତ : ୩ ଗିରଫ
ଦିଗପହଣ୍ଡି, (ଅଳକ ନାଥ ମିଶ୍ର)ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ ସୋମବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗଜପତି ଜିଲା ଅଡବା ଥାନା ଭାଲିଆଗୁଡା ଗ୍ରାମର ଦିଲ୍ଲୀପ ରଇତ , ମୋହନା ଥାନା ଖଜୁରିଆପଦା ଗ୍ରାମର ଦୁତିୟା ମଣ୍ଡଳ ଏବଂ ପିଟର ଶବର ଙ୍କୁ ବ୍ରହ୍ମପୁର ଜିଲା ଦୌରା ଜଜ କୋର୍ଟ କୁ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୩୪୦/୨୬ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ୩ ଅଭିଯୁକ୍ତ ଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି ।ସୋମବାର ଭୋର ରେ ପାଟପୁର ଥାନା ଏସ.ଆଇ ଏସ.କେ. ଇମାଦାର ତରଫଦାର, ପୋଡ଼ାମାରି ଫାଣ୍ଡି ଅଧିକାରୀ ପ୍ରଭାତ କୁମାର ବାଲିକାନା ଏବଂ ଏଏସଆଇ ଅଜିତ ବେହେରା ସଦଳବଳେ ତପ୍ତପାଣି, ଟି.ଗୋବିନ୍ଦପୁର, ପୋଡ଼ାମାରି ଇଲାକାରେ ପାଟ୍ରୋଲିଂ କରୁଥିବା ବେଳେ ସକାଳ ପ୍ରାୟ ସାଢ଼େ ୬ ଟାରେ ଗଜପତି ଜିଲା ମୋହନା ରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତ ଗତି ରେ ଆସୁଥିବା ଏକ ବଲେରୋ ଗାଡ଼ି ପୋଡ଼ାମାରି ପୋଲିସ ଫାଣ୍ଡି ନିକଟରେ ଅଟକାଇ ଖାନ ତଲାସି କରିଥିଲେ । ଗାଡିରେ ୫ ଟି ଜରି ବସ୍ତାରେ ଗଞ୍ଜେଇ ଥିବା ଜଣାପଡିବା ପରେ ପୋଲିସ ଗାଡ଼ି ଜବତ କରି ୩ ଅଭିଯୁକ୍ତ ଙ୍କୁ ଅଟକ ରଖିଥିଲେ। ପରେ ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ଦିଲ୍ଲୀପ ଜେନା , ରାଜସ୍ବ ନୀରିକ୍ଷୀକା ବନିତା ପ୍ରଧାନ ଏବଂ ସ୍ଥାନୀୟ ସାକ୍ଷ୍ୟ ମାନଙ୍କ ଉପସ୍ଥିତିରେ ଗଞ୍ଜେଇ କୁ ଓଜନ କରାଯିବା ରେ ୧୭୦ କେଜି ହୋଇଥିଲା। ବୋଲେରୋ ଗାଡ଼ି ସହ ୩ ଅଭିଯୁକ୍ତଙ୍କୁ ଥାନାକୁ ଅଣାଯାଇଥିଲା। ଏନେଇ ଥାନା ଏସଆଇ ଏସ.କେ. ଇମାଦାର ତରଫଦାର ଏତଲା ଦେବା ପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।ତଦନ୍ତକାରୀ ଅଧିକାରୀ ଆଇଆଇସି ଙ୍କ ସୂଚନା ପ୍ରକାରେ ରୀତିମତ ଗଜପତି ଜିଲ୍ଲା ର ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରୁ ଗଞ୍ଜେଇ ବ୍ରହ୍ମପୁର ଅଭିମୁଖେ ଚାଲାଣ ହେଉଛି। ପାଟପୁର ଥାନା ପକ୍ଷରୁ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇ ଗଞ୍ଜେଇ, ମଦ ଚୋରା ଚାଲାଣ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା କହିଛନ୍ତି।


