ପିଏମ୍‍ଶ୍ରୀ ଗ୍ରାମ ପଞ୍ଚାୟତ ଦେବଭୂମୀ ହାଇସ୍କୁଲରେ ଛାୟା ବିଧାନସଭା କାର୍ଯ୍ୟକ୍ରମ

ଆସିକା  (ୱାଇଏନ୍‍ଏସ୍‍) :ଗଣତନ୍ତ୍ର ଓ ବିଧାନସଭାର ବିଧିବ୍ୟବସ୍ଥା ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଜିଲ୍ଲା ଶିକ୍ଷା ବିଭାଗର ପରାମର୍ଶକ୍ରମେ ସ୍ଥାନୀୟ ପିଏମ୍‍ଶ୍ରୀ ଗ୍ରାମ ପଞ୍ଚାୟତ ଦେବଭୂମୀ ହାଇସ୍କୁଲ ପରିସରରେ ଛାୟା ବିଧାନସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସିକା ପିଏମ୍‍ଶ୍ରୀ ଗ୍ରାମ ପଞ୍ଚାୟତ ଦେବଭୂମୀ ହାଇସ୍କୁଲର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ପଣ୍ଡା ଯୋଗଦେଇ ଏହି କାର୍ଯ୍ୟକ୍ରମ ବିଦ୍ୟାର୍ଥୀମାନଙ୍କ ବିଧାନସଭା ଉପରେ ଜ୍ଞାନ ଆହରଣରେ ବିଶେଷ ଭାବେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ପିଏମ୍‍ଶ୍ରୀ ଗ୍ରାମ ପଞ୍ଚାୟତ ଦେବଭୂମୀ ହାଇସ୍କୁଲର ଅଷ୍ଟମରୁ ଦଶମ ଶ୍ରେଣୀରେ ଅଧ୍ୟୟନରତ ବିଦ୍ୟାର୍ଥୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏହି ଛାୟା ବିଧାନସଭାରେ ଛାତ୍ରଛାତ୍ରୀମାନେ ଶାସକ ଓ ବିରୋଧୀ ଦଳର ସଦସ୍ୟ ଭୂମିକାରେ ଅଂଶଗ୍ରହଣ କରି ପିଏମ୍‍ଶ୍ରୀ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ଓ ପିଏମ୍‍ ପୋଷଣ ଯୋଜନାର ସଫଳ କାର୍ଯ୍ୟକାରିତା ଏବଂ ଶିକ୍ଷା ସ୍ୱାସ୍ଥ୍ୟ ସମେତ ବିଦ୍ୟାଳୟରେ ପୁଷ୍ଟିକର ଖାଦ୍ୟ ଓ ଉତ୍ତମ ସ୍ୱ।।ସ୍ଥ୍ୟ ବିିଷୟବସ୍ତୁକୁ ଆଧାର ପୂର୍ବକ ବିଭିନ୍ନ ପ୍ରସଙ୍ଗକୁ ନେଇ ଆକର୍ଷଣୀୟ ଢଙ୍ଗରେ ଉପସ୍ଥାପନ କରିଥିବା ଦେଖିବାକୁ ମିଳିଥିଲା । ବିଧାନସଭା ଭଳି ରୂପରେଖ, ପ୍ରଶ୍ନୋତ୍ତର କାଳ, ଷ୍ଟାଣ୍ଡିଂ କମିଟିରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ତର୍କବିତର୍କ କାର୍ଯ୍ୟକ୍ରମ ସୃଷ୍ଟି କରିଥିଲା ଏକ ମିନି ବିଧାନସଭାର ଭ୍ରମ । ପିଏମ୍‍ଶ୍ରୀ ଗ୍ରାମ ପଞ୍ଚାୟତ ଦେବଭୂମୀ ହାଇସ୍କୁଲର ଛାତ୍ରଛାତ୍ରୀମାନେ ଏହି ଛାୟା ବିଧାନସଭା ପରିଚାଳନାରେ ଅତି ନିଖୁଣ ଭାବେ ବିଭିନ୍ନ ପ୍ରସଙ୍ଗକୁ ଉପସ୍ଥାପନ କରିଥିଲେ । ପିଏମ୍‍ଶ୍ରୀ ଗ୍ରାମ ପଞ୍ଚାୟତ ଦେବଭୂମୀ ହାଇସ୍କୁଲର ବିଦ୍ୟାର୍ଥୀ ଶୁଭମ୍‍ ପଟ୍ଟନାୟକ ବାଚଷ୍ପତି ଭୂମିକାରେ ଓ ବି.ସାଇରାମ ବୈଠାରୁ, ମୁଖ୍ୟମନ୍ତ୍ରୀ, ବିଦ୍ୟାର୍ଥୀ ସିଦ୍ଧାନ୍ତ ପରିଡା ବିରୋଧୀ ଦଳ ନେତା, ବିଦ୍ୟାର୍ଥୀ ରଶ୍ମିତା କୁମାରୀ ସାହୁ ଶିକ୍ଷାମନ୍ତ୍ରୀ, ବିଦ୍ୟାର୍ଥୀ ଆଦିତ୍ୟ ନାୟକ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ବହୁ ବିଦ୍ୟାର୍ଥୀ ବିଭିନ୍ନ ଭୂମିକାରେ ନିଖୁଣ ଭାବେ ଏହି ଛାୟା ବିଧାନସଭାରେ ଅଭିନୟ କରିଥିବା ଦେଖିବାକୁ ମିଳିଥିଲା । ପିଏମ୍‍ଶ୍ରୀ ଗ୍ରାମ ପଞ୍ଚାୟତ ଦେବଭୁମୀ ହାଇସ୍କୁଲର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଛାୟା ବିଧାନସଭା କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ସହକାରୀ ଶିକ୍ଷକ ଲବ ସେଠୀ, ରଂଜିତା ବେହେରା, ଶିବାନୀ ସେଠୀ, ଗାୟତ୍ରୀ ବିଶ୍ୱାଳ, କବିତା ସାମନ୍ତରା, ଅନୁପ କୁମାର ନାୟକ, ରବିନ୍ଦ୍ର ନାୟକ, ଉଦୟ ମାଝୀ, ସଂଘମିତ୍ରା ପାଢୀ, ବବିତା ଚୌଧୁରୀ, ସଂଯୁକ୍ତା ବେହେରା, ଉଷାରାଣୀ ବିଷୋୟୀ, ଗୋପୀନାଥ ପାଢୀ, ପ୍ରଶାନ୍ତ ନାୟକ, ଆଇ.ଶୋଭାରାଣୀ ରାଓ, ସୂର୍ଯ୍ୟନାରାୟଣ ବେହେରା, କର୍ମଚାରୀ ନାରାୟଣ ପାତ୍ର, ଗୌରୀ ନାହାକଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ଏହି ଛାୟା ବିଧାନସଭା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବିଦ୍ୟାର୍ଥୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ