ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ମହିଳାଙ୍କ ସହ 7 ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି. ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ ହେବାସହ ଜଣେ ମହିଳାଙ୍କ ସହ 7 ଗିରଫ କରାଯାଇଥିବା ସୂଚନା ମିଳିଛି. ଗଜପତି ଜିଲ୍ଲା ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦେଶକ୍ରମେ ବେଆଇନ ଗଞ୍ଜେଇ ଚାଲାଣକୁ ବନ୍ଦ କରିବା ପାଇଁ ସାରା ଜିଲ୍ଲାରେ ପୋଲିସ ପକ୍ଷରୁ ବ୍ୟାପକ ଚଢାଉ ଓ ତଥ୍ୟ ଜାରି ରହିଛି. ଏହି ପରିପ୍ରେକ୍ଷୀରେ ପୋଲିସ ଅଧିକାରୀ  ସୌମ୍ୟ ରଞ୍ଜନ ବରାଳଙ୍କ ନେତୃତ୍ବରେ ଆଡ଼ବା ପୋଲିସ ଟିମ୍ ଏନ୍‌ଏଚ୍-୩୨୬ର ଖରିଗୁଡ଼ା ଗ୍ରାମ ନିକଟସୁ ଭୀମାଦଳି ଘାଟି ଅଞ୍ଚଳରେ ରାତ୍ରିକାଳୀନ ପାଟ୍ରୋଲିଂ ଓ ଯାନବାହନ ଯାଞ୍ଚ କରୁଥିଲେ । ଏହି ସମୟରେ ଦୁଇଟି କାର୍ ଦ୍ରୁତଗତିରେ ଯାଉଥୂବା ପୋଲିସ ନଜରକୁ ଆସିଥିଲା । କାର୍ ଦୁଇଟି ହେଉଛି ମାରୁତି ସୁଜୁକି ସ୍ବିଫ୍ଟ ଡିଜାୟର୍ (ନମ୍ବର MH 12 ML 0745) ଏବଂ ମାରୁତି ସୁଜୁକି ବାଲେନା (ନମ୍ବର MH 23 AS 1005) । ପୋଲିସକୁ ଦେଖୁ ଗାଡ଼ିରେ ଥୂବା ବ୍ୟକ୍ତିମାନେ ନିକଟସ୍ଥ ଜଙ୍ଗଲ ଆଡ଼କୁ ଖସିଯିବାକୁ ଉଦ୍ୟମ କରିଥ‌ିବା ଅଭିଯୋଗ ହୋଇଛି। ତେବେ ପୋଲିସ ସେମାନଙ୍କ ପିଛା କରି ଦୁଇଟି ଗାଡ଼ିରେ ଥ‌ିବା ୬ ଜଣଙ୍କୁ କାବୁ କରିଥିଲା । ଗାଡ଼ି ଯାଞ୍ଚ ସମୟରେ ସେଥୁରୁ ତିନୋଟି ପ୍ଲାଷ୍ଟିକ୍ ଜେରିକିନ୍‌ରେ ରଖାଯାଇଥିବା ସନ୍ଦିଗ୍ଧ ଗଞ୍ଜେଇ ମିଳିଥିଲା । ଜେରିକିନ୍‌ର ଓଜନ କରିବାରେ ୭୫ କେଜି ଗଞ୍ଜେଇ ଜବତ ହୋଇଥ‌ିଲା। ଗଞ୍ଜେଇ ସହ  ଦୁଇଟି କାର୍ ଏବଂ ଅଭିଯୁକୁମାନଙ୍କ ଠାରୁ ମିଳିଥିବା ଅନ୍ୟାନ୍ୟ ସାମଗ୍ରୀକୁ ଆଇନ ଅନୁଯାୟୀ ଜବତ କରାଯାଇଛି। ଏହି ଗଞ୍ଜେଇ ଗଜପତି ଜିଲ୍ଲାରୁ ମହାରାଷ୍ଟ୍ରକୁ ଚୋରାଚାଲାଣ ପାଇଁ ଯୋଜନା କରାଯାଇଥିଲା. ଗିରଫ ୬ ଜଣ ହେଲେ ମହାରାଷ୍ଟ୍ରର ଗଣେଶ ସିରସାଟ୍ (୨୬), ବାଲାଜୀ ଯୋଗୀରାଜ ଯାଦବ (୪୨), ମହେଶ ଫେଡ୍‌ (୩୨), ସିଦ୍ଧେଶ୍ବର ଗଙ୍ଗାଧର କେନ୍ଦ୍ର (୪୦), ସନ୍ତୋଷ ଦାଗୁଡୁବା ମାସ୍ମେ (୫୦) ଏବଂ ଶିବଶଙ୍କର ଆନ୍ନା ସାହେବ ମୁଣ୍ଡେ (୨୮)। ଏହି ଘଟଣାରେ ଆଡ଼ବା ଥାନା କେସ୍ ନମ୍ବର ୨୦୮, ତାରିଖ ୧୯.୧୦.୨୦୨୬ ରୁଜୁ ହୋଇଛି। ଏନ୍‌ଡିପିଏସ୍ ଆଇନ, ୧୯୮୫ର ଧାରା ୨୦(ବି)(ii)(C)/୨୫/୨୯ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ ପରେ ସମ୍ପୂକୁ ଅଦାଲତକୁ ପଠାଯାଇଛି। ଠିକ ସେହିପରି ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁଙ୍କ ନିର୍ଦେଶକ୍ରମେ ସାରା ଜିଲ୍ଲାରେ ଅବକାରୀ ବିଭାଗର ଚଢାଉ ଓ ପେଟ୍ରୋଲିଂ ଜାରି ରହିଛି. ଏହି ଅବସରରେ ପାରଳାଖେମୁଣ୍ଡି ଫରେଷ୍ଟ ଗେଟ ନିକଟରେ ସନ୍ଦେହଜନକ ଭାବେ ବସକୁ ଅପେକ୍ଷା କରିଥିବା ଜଣେ ମହିଳାଙ୍କୁ ଅବକାରୀ ବିଭାଗ ସନ୍ଦେହ କରି ତାଲାସୀ କରିଥିଲେ. ଏଥିରେ ମହିଳା ଜଣକ ଧରିଥିବା ବ୍ୟାଗରୁ ଗଞ୍ଜେଇ ଜବତ ହୋଇଥିଲା. ଏହି ଗଞ୍ଜେଇ ରାଜ୍ୟ ବାହାରକୁ ଚୋରାଚାଲାଣ ପାଇଁ ଯୋଜନା ହୋଇଥିଲା. ଏହି ଘଟଣାରେ ଅବକାରୀ ବିଭାଗ ଓ କନ୍ଧମାଳ ଜିଲ୍ଲାର ପ୍ରିୟଙ୍କା ଦିଗାଲକୁ ଗିରଫ କରି କୋୖର୍ଟଚାଲାଣ କରିଥିବା ଜଣାପଡିଛି. ଏହି ଚଢାଉ ପାରଳା ଅବକାରୀ ଅଧିକାରୀ ବବୁଲ ବେହେରା, ନୀଳାମ୍ବର ନାୟକ, ମିନତୀ ପାଇକ ପ୍ରମୁଖଙ୍କ ସହ ଅବକାରୀଟିମଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ