ଯାଜପୁର ରୋଡ଼ ଅଞ୍ଚଳର ଅପରାଧୀ କେନ୍ଦୁଝରରେ ପ୍ରବେଶ

ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲାକୁ ଯାଜପୁର ରୋଡ଼ ଅଞ୍ଚଳର ଅପରାଧୀ ମାନେ ବୁଧବାର ପ୍ରବେଶ କରିଛନ୍ତି l ପରେ ଆନନ୍ଦପୁର ଉପଖଣ୍ଡ ଅଧୀନ ନନ୍ଦିପଦା, ସୋସୋ, ଆନନ୍ଦପୁର, ରାମଚନ୍ଦ୍ରପୁର, ଘସିପୁରା ପ୍ରମୁଖ ଥାନାର ପୋଲିସ ବିଶେଷ କରି ଏବେ ପାର୍ବଣ ସମୟକୁ ନଜର ରଖି ହାଇଆଲର୍ଟ ହୋଇଛନ୍ତି l ସୂଚନା ଅନୁସାରେ ଯାଜପୁର ରୋଡ଼ ଅଞ୍ଚଳର ଏକ ନିର୍ଦ୍ଧିଷ୍ଟ ଗ୍ରୁପର ୪ ରୁ ୫ ଜଣ ଅପରାଧୀ କେନ୍ଦୁଝର ଜିଲ୍ଲାକୁ ପ୍ରବେଶ କରିଛନ୍ତି l ଏହି ଖବର ମିଳିବା ପରେ ପୋଲିସ ପାଟ୍ରୋଲିଂ ଜୋରଦାର କରିଥିବା ବେଳେ ବିଭିନ୍ନ ସ୍ଥାନରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରିଛି l ପୋଲିସ ଏମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି l ଧନ, ଜୀବନକୁ ସୁରକ୍ଷା ଦେବା ପ୍ରାଥମିକତା ଦୃଷ୍ଟି କୋଣରୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ସାଧାରଣ ଜନତା ସତର୍କ ଏବଂ ସଜାଗ ରହିବାକୁ ପୋଲିସ ଅପିଲ କରିଛି l କୌଣସି ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେଲେ ତୁରନ୍ତ ଖବର ଦେବା ଏବଂ ସମସ୍ତେ ମିଳିମିଶି ଅପରାଧୀଙ୍କୁ ମୁକାବିଲା କରିବା ସହ ଅପରାଧକୁ ଦମନ କରିବା ପାଇଁ ପୋଲିସ ଆହ୍ୱାନ ଦେଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ