ବିଜେଡି ଛାଡ଼ି ବିଜେପିରେ ମିଶିଲେ ୱାର୍ଡ ସଭ୍ୟଙ୍କ ସମେତ କର୍ମୀ
ଗୋପ/କୋଣାର୍କ : ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ମହଲପଡ଼ା ପଞ୍ଚାୟତର ୫ ନମ୍ବର ୱାର୍ଡ ଅଧୀନ ଓରେଇ ଗ୍ରାମର ୱାର୍ଡ ସଭ୍ୟଙ୍କ ସମେତ ବିଭିନ୍ନ ଯୁବ ବର୍ଗ ବିଜେଡି ଦଳ ଛାଡ଼ି ବିଜେପିରେ ଯୋଗଦେଇଛନ୍ତି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ଦୃଢ଼ ନେତୃତ୍ୱ, ଜନକଲ୍ୟାଣକାରୀ ଯୋଜନା ଓ ରାଷ୍ଟ୍ରବାଦୀ ବିଚାରଧାରା ଉପରେ ଆସ୍ଥା ପ୍ରକଟ କରି ବିଜେଡି ଛାଡ଼ି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ମୋଦିଜୀଙ୍କ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ସହ ଦଳର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଏହି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି। ୱାର୍ଡ ସଭ୍ୟ ପ୍ରସନ୍ନ ପରିଡ଼ା ଙ୍କ ସମେତ ଆଲୋକ ବିଶ୍ୱାଳ ଓ ଅଶୋକ ବିଶ୍ୱାଳ ରବିନାରାୟଣ ବିଶ୍ବାଳ,ଚିତ୍ରେସନ ସ୍ବାଇଁ, ପ୍ରସନ୍ନ ପରିଡା, ଗୋବିନ୍ଦ ଚନ୍ଦ୍ର ନାୟକ, ଆଲୋକ ବିଶ୍ଵାଳ, ତୋଫାନ ନାୟକ, ମିଥୁନ ନାୟକ, ଯାହାନ ପ୍ରଧାନ ପ୍ରମୁଖ ମହଲପଡ଼ା ପଞ୍ଚାୟତ ବିଜେପି ସଭାପତି ଗଣେଶ ବିଶ୍ୱାଳ, ଉପସଭାପତି ନିରଞ୍ଜନ ବିଶ୍ୱାଳ ଏବଂ ବରିଷ୍ଠ ବିଜେପି ନେତା କିଶୋର ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏମାନେ ଦଳରେ ଯୋଗଦେଇଥିଲେ। ଏହି ଯୋଗଦାନ ଫଳରେ ମହଲପଡ଼ା ପଞ୍ଚାୟତରେ ବିଜେପିର ସାଂଗଠନିକ ସ୍ଥିତି ଆହୁରି ମଜଭୁତ ହେବ ବୋଲି ଦଳୀୟ ମହଲରେ ଆଶା ପ୍ରକାଶ ପାଇଛି ।


