ବନ୍ତ ତହସିଲରେ ନୂଆ ତହସିଲଦାରଙ୍କ ଯୋଗଦାନ

ବନ୍ତ,(ଚାନ୍ଦିନୀ ମହାନ୍ତି ): ସୋମବାର ବନ୍ତ ତହସିଲ ଅଫିସରେ ନୂଆ ତହସିଲଦାର ଭାବେ ସାଇଶ୍ରୀ ଲୋକନାଥ ସେଠୀ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଏବଂ ଜିଲା ଜରୁରୀକାଳୀନ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ।ତାଙ୍କ ସମୟରେ ଜିଲା ଜରୁରୀ କାଳୀନ ବିଭାଗ ଅତ୍ୟନ୍ତ କ୍ରିୟାଶୀଳ ହୋଇଆସୁଥିଲା। ଏଥି ପୂର୍ବରୁ ସେ ଭଦ୍ରକ ଜିଲାର ଧାମନଗର ତହସିଲଦାର ଭାବେ କାର୍ଯ୍ୟକରି ସୁନାମ ଅର୍ଜନ କରିଥିଲେ।ପ୍ରକାଶ ଥାଉକି, ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଚିଠି ନଂ. ୪୨୭୩୬/ତା-୧୬-୧୦-୨୬ ଅନୁଯାୟୀ ବନ୍ତ ତହସିଲର କାର୍ଯ୍ୟରତ ତହସିଲଦାର ସୁଶ୍ରୀ ସାରା ହେମ୍ବ୍ରମଙ୍କୁ କଳାହାଣ୍ଡି ଜିଲାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଡେପୁଟି କଲେକ୍ଟର ଭାବେ ବଦଳି ହୋଇଥିବା ବେଳେ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡେପୁଟି କଲେକ୍ଟର ତଥା ଜରୁରୀ କାଳୀନ ଅଧିକାରୀ ଭାବେ କାର୍ଯ୍ୟରତ ସାଇଶ୍ରୀ ଲୋକନାଥ ସେଠୀଙ୍କୁ ବନ୍ତ ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଥିଲା। କାର୍ଯ୍ୟରେ ଯୋଗଦାନ ପରେ ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ମହାନ୍ତିଙ୍କ ସମେତ ସମସ୍ତ କର୍ମଚାରୀ ମାନେ ନୂଆ ତହସିଲଦାରଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। କାର୍ଯ୍ୟଭାର ଗ୍ରହଣ ଅବସରରେ ତହସିଲ ଅଧିନ ସମସ୍ତ ଜନସାଧାରଣଙ୍କୁ ସମସ୍ତ ସରକାରୀ ସେବା ଯୋଗାଇ ଦେବା ସହିତ ରାଜସ୍ୱ ଆଦାୟ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ