ଦୁଇ ଐତିହାସିକ ପୀଠର ବିକାଶ ପାଇଁ ୧ କୋଟି ୮୦ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର

କୋଣାର୍କ  (ଓ୍ବାଇଏନଏସ): କୋଣାର୍କ-କାକଟପୁର ଅଞ୍ଚଳର ଧାର୍ମିକ ଓ ଐତିହାସିକ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ ଏକ ଉଲ୍ଲେଖନୀୟ ପଦକ୍ଷେପ ନିଆଯାଇଛି। କାକଟପୁରର ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ସମେଶ୍ୱର ମନ୍ଦିରର ପାରିପାର୍ଶ୍ୱିକ ଉନ୍ନତିକରଣ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବାବେଳେ କୁରୁଜଙ୍ଗ ପଞ୍ଚାୟତସ୍ଥିତ ପ୍ରାଚୀନ କୁରୁମ ବୌଦ୍ଧପୀଠର ବିକାଶ ପାଇଁ ୪୦ ଲକ୍ଷ ଟଙ୍କା ଅନୁଦାନ ମିଳିଛି। ଉଭୟ ପ୍ରକଳ୍ପ ପାଇଁ ମୋଟ ୧ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟ ହେବ। ଏହି ଅବସରରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଉଭୟ ପର୍ଯ୍ୟଟନ ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସମେଶ୍ୱର ମନ୍ଦିରର ସର୍ବାଙ୍ଗୀନ ବିକାଶ ସହ ମନ୍ଦିରର ପାରିପାର୍ଶ୍ୱିକ ପରିବେଶ ଓ ଆନୁଷଙ୍ଗିକ ଭିତ୍ତିଭୂମିର ଉନ୍ନତିକରଣ କରାଯିବାକୁ ଯୋଜନା ରହିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ଅଧିକ ସୁବିଧା ପାଇପାରିବେ। ଅନ୍ୟପକ୍ଷରେ ପ୍ରାଚୀନ କୁରୁମ ବୌଦ୍ଧପୀଠର ଉନ୍ନତିକରଣ ଦ୍ୱାରା ଅଞ୍ଚଳର ବୌଦ୍ଧ ଐତିହ୍ୟର ସଂରକ୍ଷଣ ସହ ଏହାର ପର୍ଯ୍ୟଟନ ଆକର୍ଷଣ ବୃଦ୍ଧି ପାଇବାର ଆଶା ରହିଛି। କୋଣାର୍କ କାକଟପୁର ଅଞ୍ଚଳରେ ଶୈବ ଓ ବୌଦ୍ଧ ଐତିହ୍ୟର ଏହି ଦୁଇ ପ୍ରମୁଖ ପୀଠର ବିକାଶ ହେଲେ ଧାର୍ମିକ ପର୍ଯ୍ୟଟନକୁ ନୂତନ ଦିଗ ମିଳିବା ସହ ସ୍ଥାନୀୟ ଅଞ୍ଚଳର ଆର୍ଥିକ ଓ ସାମାଜିକ ବିକାଶରେ ମଧ୍ୟ ସହାୟକ ହେବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କାକଟପୁର ନିର୍ବାଚନ ମଣ୍ଡଳୀର ଲଢ଼ୁଆ ନେତା ବିଧାୟକ ପ୍ରାଥି ବାଇଧର ମଲ୍ଲିକ, କାକାଟପୁର ବ୍ଲକ ବିଡ଼ିଓ ତୁଷାର ରଞ୍ଜନ ଦୀକ୍ଷିତ,ତ ପର୍ଯ୍ୟଟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁନୀଲ କୁମାର ବେହେରା , କନିଷ୍ଠ ଯନ୍ତ୍ରୀ ରାକେଶ ଧରଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଓ ପୁରୀ ସ୍ବାସ୍ଥ୍ୟ ବିଭାଗର ସାଂସଦ ପ୍ରତିନିଧି ରାକେଶ ବିଶ୍ବାଳ, କାକାଟପୁର ନିର୍ବାଚନ ମଣ୍ଡଳୀର ଯୁବନେତା ବିଶ୍ୱରଂଜନ ଦଳାଇ ନେତୃତ୍ବରେ ସୋମେଶ୍ୱର ମହାଦେବଙ୍କ ପୀଠରେ ଗୋପ ବ୍ଲକର ୧୪ ଗୋଟି ପଞ୍ଚାୟତର ୧୪ ନଂ ଜୋନର ଜିଲ୍ଲା ପରିଷଦ ପ୍ରାଥି ଭାଗିରଥି ଦଳାଇ ଙ୍କ ସମେତ ଶରତ ମହାରଣା , ରଞ୍ଜନ ପାତ୍ର, କାଳନ୍ଦୀ ବାରିକ , ହରେକୃଷ୍ଣ ମହାନ୍ତି , ଗଣେଶ ବିଶ୍ବାଳ , ଡିଗିଲି ରୟ ଓ ମହିଳା ନେତ୍ରୀ ଚାରୁଲତା ଖୁଣ୍ଟିଆ ଙ୍କ ନେତୃତ୍ବରେ ବିଭିନ୍ନ ମହିଳା ସଙ୍ଗଠନର ମହିଳା ମାନେ ଉପସ୍ଥିତ ରହି ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ