ବ୍ଲକ ସ୍ତରୀୟ ବ୍ରାହ୍ମଣ ମହାସଙ୍ଘ ବୈଠକ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଗୋପୀନାଥପୁର ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଗେଷ୍ଠେଶ୍ୱର ମହାଦେବ ମନ୍ଦିର ପରିଚାଳକ ସମାଜସେବୀ ବିଷ୍ଣୁ ଚରଣ ମହାପାତ୍ରଙ୍କ ଆବାହକତ୍ୱରେ ବ୍ଲକ ସ୍ତରୀୟ ବ୍ରାହ୍ମଣ ମହାସଙ୍ଘ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଅକ୍ଷୟ କୁମାର ଦାଶ ସଭାପତିତ୍ୱ କରିଥିଲେ। ଏଥିରେ ଜିଲ୍ଲା ସମ୍ପାଦକ ହରେକୃଷ୍ଣ ପତି,ସଂଗଠନ ସମ୍ପାଦକ ତପନ କୁମାର ଦାଶ, କୋଷାଧ୍ୟକ୍ଷ କ୍ଷୀରୋଦ କୁମାର ପଣ୍ଡା, ନିମାଇଁ ଚରଣ ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମହାକାଳପଡା ବ୍ଲକ ସଭାପତି ମାନସ ଆଚାର୍ଯ୍ୟଙ୍କ ଆହ୍ୱାନ କ୍ରମେ ଗୋପିନାଥପୁର ଶାସନ, ନଳଦିଆ ଶାସନ, ବେଲାର ନୂଆଗାଁ, କରଞ୍ଜ, ଯଦୁପୁର, ମଶାକଣୀ ପ୍ରଭୃତି ଗ୍ରାମରୁ ଶତାଧିକ ବୁଦ୍ଧିଜୀବୀ, ଶିକ୍ଷାବିତ, କର୍ମକାଣ୍ଡବିତ ପଣ୍ଡିତମାନେ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅଧ୍ୟାପକ ବିପିନ ବିହାରୀ ଦାଶ, ବ୍ଲକ ସମ୍ପାଦକ ତଥା କର୍ମକାଣ୍ଡବିତ ଅମୀୟ ତ୍ରିପାଠୀ, କୋଷାଧ୍ୟକ୍ଷ ସତ୍ୟବ୍ରତ ନନ୍ଦ ପ୍ରମୁଖ ସଭାପରିଚାଳନାରେ ସହଯୋଗ କରିଥିଲେ। ବ୍ରାହ୍ମଣଜାତିକୁ ସରକାରଙ୍କ ଅବହେଳା, ବ୍ରାହ୍ମଣ ଯୁବକମାନଙ୍କୁ ନିଯୁକ୍ତି, ବ୍ରାହ୍ମଣ ସଂସ୍କାର, ସଂସ୍କୃତି, ଜୀବନଚର୍ଯ୍ୟା ଉପରେ ଜିଲ୍ଲା ସଂଗଠନ ସମ୍ପାଦକ ଆଲୋକପାତ କରିଥିଲେ। ବ୍ଲକର ପ୍ରତି ଗ୍ରାମରେ ବ୍ରାହ୍ମଣ ମହାସଙ୍ଘର ସଭା ଆଗାମୀ ଦିନରେ କରାଯିବା ପାଇଁ ଏହି ସଭାରେ ନିଷ୍ପତ୍ତି ନିଆଯାଇଛି।


