୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ପ୍ରତିଯୋଗିତା

କେନ୍ଦ୍ରାପଡ଼ା, (ଚିିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ସହରର ଗୋପସ୍ଥିତ ସେଣ୍ଟଜାଭିୟର ହାଇସ୍କୁଲରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ସ୍ତରୀୟ ୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ପ୍ରତିଯୋଗିତା- ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରତିଯୋଗିତାରେ ୧୦୪ଟି ସନ୍ଦର୍ଭ ପଞ୍ଜିକୃତ ହୋଇଥିବା ବେଳେ ୧୦୧ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ସେମାନଙ୍କ ମାର୍ଗଦର୍ଶକ ଶିକ୍ଷକ/ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ। ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଜିଲ୍ଲା ସଂଯୋଜକ ପୀତବାସ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସେଣ୍ଟ ଜାଭିୟର ହାଇସ୍କୁଲର ମୁଖ୍ୟ ଉପଦେଷ୍ଟା ପ୍ରତିଜ୍ଞା ସାମଲ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ପ୍ରକାଶ ଚନ୍ଦ୍ର ପରିଡା, ସେଣ୍ଟ ଜାଭିୟର ହାଇସ୍କୁଲର ଅଧ୍ୟକ୍ଷ ଲଳିତ ମୋହନ ରାଉତ ଓ ପରିଚାଳନା ପରିଷଦ ସଭାପତି ନିରଞ୍ଜନ ବେହେରା ପ୍ରମୁଖ ଯୋଗଦେଇଥିଲେ। ବିଚାରକ ଭାବେ ଡ. ଅକ୍ଷୟ କୁମାର ପଣ୍ଡା ଓ ଡ. ଉତ୍କଳରଞ୍ଜନ ମହାନ୍ତି ଯୋଗଦେଇଥିଲେ। ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ, କେନ୍ଦ୍ରାପଡାର ଏକାଡେମିକ କୋଅଡିନେଟର ମନୋଜ କୁମାର ଶତପଥୀ ମଞ୍ଚ ପରିଚାଳନା କରିଥିଲେ। “ନିରନ୍ତରତା ସକାଶେ ବୈଜ୍ଞାନିକ ନବ ସୃଜନ” ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀମାନେ ନିଜେ ପ୍ରସ୍ତୁତ କରିଥିବା ବୈଜ୍ଞାନିକ ଗବେଷଣା ପତ୍ରମାନ ବିଚାରକମାନଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଛାତ୍ରଛାତ୍ରୀମାନେ ବୈଜ୍ଞାନିକ ପଦ୍ଧତି ବ୍ୟବହାର କରି ସେମାନଙ୍କ ପରିବେଶ ଓ ସ୍ଥାନୀୟ ସମସ୍ୟା ଗୁଡିକ ଚିହ୍ନଟ କରି ସେଗୁଡିକର ଅଧ୍ୟୟନ କରିବା ସହିତ ତାହାର ସମାଧାନ ନିମନ୍ତେ ପ୍ରକଳ୍ପ ଗୁଡିକୁ ବୈଜ୍ଞାନିକ ଢଙ୍ଗରେ ଉପସ୍ଥାପନ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ଶୁଭଦର୍ଶିନୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପ୍ତି ନାୟକ ମୁଖ୍ୟଅତିଥି ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶୁଭସ୍ମିତା ତ୍ରିପାଠୀ ମୁଖ୍ୟବକ୍ତା ରୂପେ ଯୋଗଦେଇ ରାଜ୍ୟସ୍ତରକୁ ଉନ୍ନିତ ହୋଇଥିବା ୭ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। କୃତି ପ୍ରତିଯୋଗୀମାନେ ହେଉଛନ୍ତି ସେଣ୍ଟ ଜାଭିୟର ହାଇସ୍କୁଲର ଛାତ୍ରୀ ଲୈାରିନ ଲାବଣିକା ସାହୁ, ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାପୀଠର ଛାତ୍ର ହରିଶ ବେହେରା, ଆୟବା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ର ସ୍ୱାଧୀନ ସାମନ୍ତରାୟ, ମାଟିଆପଡା ଉନ୍ନିତ ହାଇସ୍କୁଲର ଛାତ୍ରୀ ରୂପଶ୍ରୀ ଜେନା, ପତ୍ରପୁର ଏମ.କେ.ସି. ହାଇସ୍କୁଲର ଛାତ୍ର ଆଦିତ୍ୟଜ୍ୟୋତି ନାୟକ, ବେଲାରପୁର ଭଗବତୀ ସରକାରୀ ହାଇସ୍କୁଲର ଛାତ୍ରୀ ସୁଶ୍ରୀ ଶାସ୍ୱତୀ ମଲ୍ଲିକ ଓ ପିଏମଶ୍ରୀ ଗୋଦାବରୀଶ ବିଦ୍ୟାପୀଠର ଛାତ୍ରୀ ଅଭିପ୍ସା ଦାସ ପ୍ରମୁଖ। ଶେଷରେ ଶିକ୍ଷୟିତ୍ରୀ ଗିତାଞ୍ଜଳୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ