ବିଜେଡିର ଜନସମ୍ପର୍କ ପଦଯାତ୍ରା-୨୦୨୬
ନାଉଗାଁ, (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଜନସମ୍ପର୍କ ପଦଯାତ୍ରା-୨୦୨୬ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ବିଜେଡି ସଭାପତି ନିରଞ୍ଜନ ବେହୁରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପଦଯାତ୍ରାରେ ଦଳର ରାଜ୍ୟ ଉପସଭାପତି ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଓ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇଥିଲେ। ନାଉଗାଁ ବ୍ଲକ ଛକରୁ ବାହାରିଥିବା ଏହି ପଦଯାତ୍ରା କୋକିଢିଆ ଛକ ନିକଟସ୍ଥ ଚଗଲି ଦାସ ମଠ ପର୍ଯ୍ୟନ୍ତ ଯାଇଥିଲା। ଏହି ଅବସରରେ ବିଜେଡି ନେତାମାନେ ରାଜ୍ୟର ବିଜେପି ସରକାରଙ୍କ ବିଭିନ୍ନ ନୀତିକୁ ସମାଲୋଚନା କରିଥିଲେ। ନାରୀ ନିର୍ଯାତନା, ଦରଦାମ ବୃଦ୍ଧି, କୃଷକ ବିରୋଧୀ ନୀତି, ବାଲିଘାଟରେ ପିସି କାରବାର, ସରକାରୀ ବିକାଶମୂଳକ କାର୍ଯ୍ୟରେ ଦୁର୍ନୀତି ଓ ପିସି କାରବାର ଅଭିଯୋଗ ସହିତ ଭତ୍ତା ବୃଦ୍ଧି ନ ହେବା ଭଳି ବିଭିନ୍ନ ଜନସମସ୍ୟା ଉଠାଇ ଦଳ ପକ୍ଷରୁ ପ୍ରତିବାଦ କରାଯାଇଥିଲା। ପଦଯାତ୍ରା ମାଧ୍ୟମରେ ସରକାରଙ୍କ ନୀତି ଓ ଜନସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ଦଳର ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଏହାର ଉଦ୍ଦେଶ୍ୟ ବୋଲି ଦଳ ପକ୍ଷରୁ କୁହାଯାଇଥିଲା। ଏଥିରେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ବିଜେଡି କୃଷକ ସେଲ୍ର ଜିଲ୍ଲା ସଭାପତି ପ୍ରକାଶ ବସ୍ତିଆ ନାଉଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଉପାଧ୍ୟକ୍ଷ ସୁଜିତ କୁମାର ପୁହାଣ, ଡାବର ସମିତି ସଭ୍ୟ ସୁବଳ ବେହେରା, ଜିଲ୍ଲା ସମ୍ପାଦକ ମନ୍ମଥ ଓଝା, ଘୋଡାଂଶ ସମିତି ସଭ୍ୟ ତରୁଣକାନ୍ତ ବାରିକ, ପୂର୍ବତନ ସମିତି ସଭ୍ୟ ପଦ୍ମଚରଣ ରାଉତ, ପୂର୍ବତନ ବ୍ଲକ ସଭାପତି ସୁଜିତ ମଲ୍ଲିକ, ବଛାଳୋ ସମିତି ସଭ୍ୟ ଚନ୍ଦନ ଲେଙ୍କା, ନୂଆଗାଁ ସରପଞ୍ଚ ଦୋଳଗୋବିନ୍ଦ ରାଉଳ, ଗଳଧାରୀ ସରପଞ୍ଚ ଦିଲ୍ଲୀପ ନାୟକ, ଅଲଣା ସରପଞ୍ଚ ଚନ୍ଦ୍ରମଣି ବେହେରା, ଯୁବନେତା ସୁଶାନ୍ତ ସାହୁ, ବୈକୁଣ୍ଠନାଥ ନାୟକ,ମହେନ୍ଦ୍ର ମଲ୍ଲିକ , ଚର୍ଚ୍ଚିଲ ମଲ୍ଲିକ, ଫକୀର ମୋହନ ମହାନ୍ତି, ଅନିଲ ଲେଙ୍କା, ଆଶନ୍ତ ବେହେରା, କୃପାସିନ୍ଧୁ ଦାସ, ସୁଶାନ୍ତ ପରିଡା, ପୂର୍ବତନ ସରପଞ୍ଚ କାର୍ତ୍ତିକ ମୁଦୁଲି, ତୁଷାର କୁଅଁର, ସଞ୍ଜୟ ନାୟକ, ରାଜ୍ୟ ବିଜୁ ଛାତ୍ର ଜନତା ଦଳର ଉପସଭାପତି ସୁନୀଲ କୁମାର ମାଟିଆ ଓ ଜିଲ୍ଲା ଉପସଭାପତି ଆଲୋକ ମହାନ୍ତିଙ୍କ ସମେତ ବହୁ ଦଳୀୟ ନେତା, ଜନପ୍ରତିନିଧି ଓ ଛାତ୍ରନେତା ଯୋଗଦେଇଥିଲେ। ବ୍ଲକର ୧୬ଟି ପଞ୍ଚାୟତରୁ ଶତାଧିକ କର୍ମୀ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ।


