ଗଞ୍ଜାମ କାଜୁ ପ୍ରୋସେସର୍ସ ଆସୋସିଏସନ ପକ୍ଷରୁ ସହାୟତା
ଛତ୍ରପୁର, (ଓ୍ବାଇଏନଏସ): ବାତ୍ୟା “ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ବିପତ୍ତି ସମୟରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ଆଗେଇ ଆସିଛି ଗଞ୍ଜାମ କାଜୁ ପ୍ରୋସେସର୍ସ ଆସୋସିଏସନ l ଆସୋସିଏସନ ପକ୍ଷରୁ ବନ୍ୟା ସହାୟତା ପାଣ୍ଠିକୁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି। ଶୁକ୍ରବାର ରାତ୍ର ଆସୋସିଏସନର ସଦସ୍ୟମାନେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଙ୍କୁ ଭେଟି ଚେକ୍ ହସ୍ତାନ୍ତର କରିଛନ୍ତି। ବାତ୍ୟା ଓ ବନ୍ୟା ଦ୍ଵାରା ଗଞ୍ଜାମ ଜିଲ୍ଲାର ପ୍ରଭାବିତ ପରିବାରଗୁଡ଼ିକର ସହାୟତା କାର୍ଯ୍ୟ ପାଇଁ ସଂଘ ପକ୍ଷରୁ ୫,୫୫,୫୫୫ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ଚେକ ପ୍ରଦାନ ବେଳେ ଉପଦେଷ୍ଟା ରାଜେନ୍ଦ୍ର ସାବତ, ସମ୍ପାଦକ କାହ୍ନୁ ସେନାପତି, କୋଷାଧ୍ୟକ୍ଷ ରାମ ମୋହନ ପଣ୍ଡା,କେ. ସୁଶାନ୍ତ କୁମାର ପାତ୍ର ଓ କେ. କଲ୍ୟାଣ କୁମାର ପ୍ରମୁଖ ଉପସ୍ଥିତ ଥିଲେ l ପୂର୍ବରୁ ଗତ ୩ ଦିନ ଧରି ଜିଲ୍ଲାର ବନ୍ୟା ଅଂଚଳ ବୁଲି ଆସୋସିସନ ପକ୍ଷରୁ ମଶାରୀ, ଶାଢ଼ୀ, ଟାବାଲ ଏବଂ ବିଭିନ୍ନ କିଟ ପ୍ରଦାନ କରାଯାଇଛି ଥିବା କହିଛନ୍ତି l


