କୁହୁଡ଼ି କାଳ ହେଲା : ଅଟୋ ଦୁର୍ଘଟଣାରେ ଯୁବକ ମୃତ

 ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ପଞ୍ଚାୟତ ଆଦିକନ୍ଦପୁର ଗ୍ରାମର ମନୋଜ କୁମାର ଗୌଡ଼ ନାମକ ଜଣେ ଯୁବକ ରବିବାର ଏକ ଅଟୋ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ଆସିକା – କାଳଷଣ୍ଢପୁର ଛକ ନିକଟ ୩୧୭ ନଂ ରାଜପଥ ରେ ଭୋର ପ୍ରାୟ ସାଢେ ୨ ଟାରେ ଯାତ୍ରୀବାହୀ ଅଟୋ( ନଂ. ଓଡି୦୫ ସି – ୧୬୮୦) ରାସ୍ତା କଡ ରେ ଠିଆ ହୋଇଥିବା ଏକ ହାଇୱା ଟ୍ରକ୍ (ନଂ. ଓଡ଼ି ୩୨ କେ -୧୬୩୬) କୁ ଧକ୍କା ଦେବାରୁ ମନୋଜ ଙ୍କ ସମେତ ଅଟୋ ଚାଳକ କାଳିଆ ପ୍ରଧାନ ଏବଂ ଅଟୋ ରେ ଥିବା ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମନୋଜ ମୃତ୍ୟୁ ବରଣ କରିଥିଲେ। ଆଦିକନ୍ଦପୁର ଗ୍ରାମର ମନୋଜ  କଟକ ରେ ଶ୍ରମିକ ଭାବେ କାମ କରନ୍ତି।ତାଙ୍କ ଗ୍ରାମର କାଳିଆ ପ୍ରଧାନ ଗତ ପ୍ରାୟ ୧ ମାସ ପୂର୍ବେ ଏକ ଯାତ୍ରୀବାହୀ ଅଟୋ କିଣି କଟକରେ ରହୁଥିଲେ। ରବିବାର ପରିବାର ଲୋକଙ୍କ ସହ ଦୀପାବଳି ଉତ୍ସବ ମନାଇବା ପାଇଁ ମନୋଜ ଏବଂ କଟକ ରେ ରହୁଥିବା ତାଙ୍କ ୩ ସାଙ୍ଗ କାଳିଆ ଙ୍କ ନୂଆ ଅଟୋ ରେ ହସ ଖୁସି ରେ ଗାଁ କୁ ଫେରୁଥିଲେ। ଭୋର ପ୍ରାୟ ସାଢେ ୨ ଟାରେ ଆସିକା – କାଳଷଣ୍ଢପୁର ଛକ ନିକଟରେ ପ୍ରବଳ କୁହୁଡ଼ି ଯୋଗୁଁ ରାସ୍ତା ଦେଖାଯାଇନଥିଲା।ଚାଳକ ଙ୍କ ଅସାବଧାନତା କାରଣରୁ ଅଟୋ ଟି ରାସ୍ତାକଡ ରେ ଥିବା ହାଇୱା ଟ୍ରକ୍ କୁ ଧକ୍କା ଦେଇଥିଲା। ସମସ୍ତେ  ରାସ୍ତାରେ ଛିଟକି ପଡ଼ିଥିଲେ। ଅନ୍ୟ ଗାଡ଼ିରେ ଯାଉଥିବା କିଛି ବ୍ୟକ୍ତି ସେଠାରେ ଅଟକି ଆହାତ ମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ପୋଲିସ ଦୁର୍ଘଟଣାଗ୍ରସ୍ତ ଅଟୋ ଓ ହାଇୱା ଟ୍ରକ୍ କୁ ଜବତ କରିଛନ୍ତି।ପୋଲିସ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରୁ ମନୋଜ ଙ୍କ ମୃତଦେହ କୁ ଜବତ କରି ବ୍ୟବଚ୍ଛେଦ କରାଇବା ପରେ  ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।ମୃତଦେହ ଗାଁ ରେ ପହଞ୍ଚିବା ପରେ କାନ୍ଦ ବୋବାଳି ରେ ଫାଟି ପଡିଥିଲା ଗାଁ ଦାଣ୍ଡ। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଶନିବାର ସନ୍ଧ୍ୟାରେ ମନୋଜ ତାଙ୍କ ସ୍ତ୍ରୀ ଙ୍କ ସହ ଫୋନ ରେ କଥା ହୋଇ ଗାଁ କୁ ଫେରୁଥିବା କହିଥିଲେ।ମନୋଜ ଙ୍କ ପ୍ରାୟ ୫ ବର୍ଷ ବୟସର ପୁଅ ଟିଏ ଅଛନ୍ତି।ଦୀପାବଳି ଉତ୍ସବ ମନେଇବା ପାଇଁ ସେ କଟକରୁ ମିଠା, ବାଣ ଓ ଅନ୍ୟାନ୍ୟ ସାମଗ୍ରୀ ସାଙ୍ଗରେ ଧରି ଘରକୁ ଫେରୁଥିବା ବେଳେ ଘରଠାରୁ ମାତ୍ର ୨୫ କି.ମି ଦୂରରେ ଘଟିଥିଲା ଦୁର୍ଘଟଣା। ରବିବାର ଭୋର ରେ ମନୋଜ ଙ୍କ ମୃତ୍ୟୁଖବର ପାଇ ସ୍ତ୍ରୀ, ମାଆ,ବାପା,ବନ୍ଧୁ ପରିଜନ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ମା ଓ ସ୍ତ୍ରୀ ମୁଣ୍ଡ ପିଟି କାନ୍ଦୁଛନ୍ତି।ସେମାନଙ୍କ ଆଖିରୁ ଲୁହ ଶୁଖୁନି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ