ଆସିକା ଉପଖଣ୍ଡ ଚିକିତ୍ସାଳୟରେ ମା ଶ୍ୟାମାକାଳୀଙ୍କ ପୂଜା
ଆସିକା (ୱାଇଏନ୍ଏସ୍) : ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନୀତିକାନ୍ତି ଓ ବିଧିବିଧାନ ଅନୁଯାୟୀ ଶକ୍ତି ସ୍ୱରୂପିଣୀ ଭକ୍ତବତ୍ସଳା କରୁଣାମୟୀ ମା ଶ୍ୟାମାକାଳୀଙ୍କ ପୂଜା ଆସିକା ଉପଖଣ୍ଡ ଚିକିତ୍ସାଳୟରେ ପାଳିତ ହୋଇଯାଇଛି । ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍ଗୋପାଳ ବେହେରାଙ୍କ ପରାମର୍ଶକ୍ରମେ ଅନୁଷ୍ଠିତ ହୋଇଥିବା ମୁକ୍ତିପ୍ରଦାୟିନୀ ରକ୍ଷାକର୍ତ୍ତ୍ରୀ ମା ଶ୍ୟାମାକାଳୀଙ୍କ ପୂଜା କାର୍ଯ୍ୟକ୍ରମରେ ୍ଥ ୧୭ ନମ୍ବର ୱାର୍ଡର ଲାଲାଶାସନ ଗ୍ରାମର ବିଦ୍ୱାନ ପଣ୍ଡିତ ତଥା କର୍ମକାଣ୍ଡ ବିଶାରଦ ଦୈତାରୀ ମିଶ୍ରଙ୍କ ମନ୍ତ୍ରୋଚାରଣରେ ମା ଶ୍ୟାମାକାଳୀଙ୍କୁ ଆବାହନ ସହ ଅନ୍ୟାନ୍ୟ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଅନୁଷ୍ଠିତ ହୋଇଥିବା ମା ଶ୍ୟାମାକାଳୀଙ୍କ ବାର୍ଷିକ ପୂଜା ମହୋତ୍ସବ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଡାକ୍ତର ଦୀପକ କୁମାର ସାମନ୍ତରାୟ, ଡାକ୍ତର ପି.ଶ୍ୟାମସୁନ୍ଦର, ଡାକ୍ତର ଗୋପାଳଚନ୍ଦ୍ର ପାତ୍ର, ଡାକ୍ତର ସୁବ୍ରତ ପ୍ରଧାନ, ଡାକ୍ତର ପ୍ରତିଭା ସାହୁ, ଡାକ୍ତର ପରମିତା ଗୌଡ, ଡାକ୍ତର ଆଶୁତୋଷ ପଟ୍ଟନାୟକ, ଡାକ୍ତର ନିଶିକାନ୍ତ ପଣ୍ଡା, ଡାକ୍ତର ଆଦିତ୍ୟ ପ୍ରିୟଦର୍ଶୀ ଦାଶ, ଡାକ୍ତର ସୁପ୍ରକାଶ ଦାଶ, ଆସିକା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମନୋଜ କୁମାର ପାଢୀ, ଜ୍ୟୋତି ବ୍ରହ୍ମା, ରଂଜନ କୁମାର ସ୍ୱାଇଁ, ବିଶ୍ୱଜିତ୍ ପ୍ରଧାନ, ସତ୍ୟ ନାରାୟଣ ପ୍ରଧାନ, ଦୀପକ କୁମାର ସାହୁ, ଦୀପକ କୁମାର ରାଉତ, ଅମିତ୍ କୁମାର ଦାଶ, ପ୍ରମୋଦ କୁମାର ପାଢୀ, ହୃଶିକେଷ ଦାଶ, ସିମାଞ୍ଚଳ ଦାଶ, କୃଷ୍ଣଚନ୍ଦ୍ର ନାୟକ, ବିିବେକ ପ୍ରଧାନ, ରଂଜିତ୍ ପଟ୍ଟନାୟକ, ଦୁର୍ଗାମାଧବ ମୁନି, ସୂର୍ଯ୍ୟମଣି ସାହୁ, ସଂଜୟ ଖଣ୍ଡୁଆଳ, ପପୁ ପ୍ରଧାନଙ୍କ ସମେତ ବହୁ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।


