ବଳାଙ୍ଗୀ ଡିଗ୍ରୀ ମହାବିଦ୍ୟାଳୟରେ ‘ମନା’ର ସଚେତନତା ଶିବିର ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା): ମିଳିତ ନିଶା ନିବାରଣ ଅଭିଯାନ (ମନା), ବାଲେଶ୍ୱର ପକ୍ଷରୁ ସୁନହଟସ୍ଥିତ ବଳାଙ୍ଗୀ ଡିଗ୍ରୀ ମହାବିଦ୍ୟାଳୟରେ ନିଶା ବିରୋଧୀ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ଆଇନଜୀବୀ ପ୍ରଭାକର ସାହୁ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏକ ସୁସ୍ଥ ସମାଜ ଓ ବିକଶିତ ଭାରତ ଗଠନ ନିମନ୍ତେ ଆଗାମୀ ପିଢ଼ି ବିଶେଷତଃ ଚାତ୍ରଛାତ୍ରୀ ନିଶାସେବନଠାରୁ ଦୂରରେ ରହିବା ଉଚିତ ବୋଲି ସାଧାରଣ ସମ୍ପାଦିକା ମମତା ମହାପାତ୍ର ମତବ୍ୟକ୍ତ କରିଥିଲେ। ଉପଦେଷ୍ଟା ଶ୍ରୀଯୁକ୍ତ ସୁବ୍ରତ କର ‘ମନା’ର ଆଭିମୁଖ୍ୟ ଉପରେ ଆଲୋଚନା କରିବା ସହିତ ନିଶା ବିରୋଧୀ ଆନ୍ଦୋଳନରେ ଛାତ୍ରଛାତ୍ରୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ରତ୍ନାକର ସିଂହ ନିଶା ବିରୋଧରେ ପିଲାମାନଙ୍କୁ ସଚେତନ ହେବା ପାଇଁ ପରାମର୍ଶ ଦେଇଥିଲେ। ‘ମନା’ର ସଦସ୍ୟ ପ୍ରଭାକର ସାହୁ (ଖ), ଲକ୍ଷ୍ମଣ ବିଶ୍ୱାଳ, ଶୁଭଙ୍କର ମହାପାତ୍ର, ସଂଯୁକ୍ତା ମହାପାତ୍ର ପ୍ରମୁଖ ନିଶାସେବନର ଭୟାବହତା ସମ୍ପର୍କରେ ବୁଝାଇବା ସହ ପିଲାମାନେ ଆତ୍ମସଚେତନ ହେଲେ ତାଙ୍କର ଭବିଷ୍ୟତ ସୁରକ୍ଷିତ ହେବ ବୋଲି ବକ୍ତବ୍ୟ ରଖିଥିଲେ। ମହାବିଦ୍ୟାଳୟର ଛାତ୍ରୀ ପ୍ରିୟଙ୍କା ଜେନା, ପ୍ରତିମା ମଲ୍ଲିକ, ସ୍ମୃତିରେଖା ନନ୍ଦୀ, ଛାତ୍ର ସୌମ୍ୟ ବେହେରା ନିଶାସେବନ ବିରୋଧରେ ସେମାନଙ୍କ ମତ ପ୍ରକାଶ କରିଥିଲେ। ସଂଗଠନ ତରଫରୁ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଅଧ୍ୟାପକ ପ୍ରହ୍ଲାଦ କୁଅଁର, ପ୍ରବୋଧ କୁମାର ପତି, ବିଶ୍ୱଜିତ ପ୍ରଧାନ, ସୁଶାନ୍ତ ଦାସ, ହରେକୃଷ୍ଣ ବାରିକ, ଦେବାଶିଷ ଦାଶ, ଅଧ୍ୟାପିକା ଶ୍ରୀନୀତା ଘୋଷ, ଇପ୍ସିତା ପାତ୍ର, କୁନ୍ତଳା ଖିଲାର, ନିମିତା ଦତ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସାରଙ୍ଗଧର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।


