ବିଶ୍ୱ ମଧୁମେହ ଦିବସ ପାଳିତ
ଆସିକା (ୱାଇଏନ୍ଏସ୍): ସାଂପ୍ରତିକ ପରିସ୍ଥିତିରେ ମଧୁମେହ ରୋଗ ଏକ ଗମ୍ଭୀର ଜନସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି । ନୀରବ ଘାତକ ଏହି ମଧୁମେହ ରୋଗର ମୁକାବିଲା ପାଇଁ ସାମୂହିକ ସଚେତନତାର ଆବଶ୍ୟକତା ଏକାନ୍ତ ଜରୁରୀ ବୋଲି ଆସିକା ସହରାଞ୍ଚଳ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର ପରିସରରେ ଅନୁଷ୍ଠିତ ବିଶ୍ୱ ମଧୁମେହ ଦିବସ ପାଳନ କାର୍ଯ୍ୟକ୍ରମରେ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ମତବ୍ୟକ୍ତ କରିଥିବା ଲକ୍ଷ୍ୟ କରାଯାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍ଗୋପାଳ ବେହେରାଙ୍କ ପରାମର୍ଶକ୍ରମେ ଆସିକା ପୌର ପରିଷଦ ଅଧୀନସ୍ଥ ୫ ନମ୍ବର ୱାର୍ଡର ହାଟପଦା ଛକ ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର ପରିସରରେ ଅନୁଷ୍ଠିତ ବିଶ୍ୱ ମଧୁମେହ ଦିବସ ପାଳନ କାର୍ଯ୍ୟକ୍ରମରେ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ଯୋଗଦେଇ ମଧୁମେହ ରୋଗର ଲକ୍ଷ୍ୟଣ, ନିରାକରଣ, ଚିକିତ୍ସା ଓ ମୁକ୍ତି ପାଇଁ ବହୁ ଉପାଦେୟ ତଥା ଶିକ୍ଷଣୀୟ ମାର୍ଗଦର୍ଶନ କରିବା ସାଙ୍ଗକୁ ମଧୁମେହରୁ ମୁକ୍ତି ଓ ଦୂରେଇ ରହିବା ପାଇଁ ମାନସିକ ଚିନ୍ତା ଠାରୁ ସଂପୁର୍ଣ୍ଣ ରୂପେ ଦୂରରେ ରହିବା, ଦୈନନ୍ଦିନ ଜୀବନଚର୍ଯ୍ୟ ସଠିକ୍ ଭାବେ ପରିଚାଳନା କରିବା, ଦୈନିକ ବ୍ୟାୟାମ, ପ୍ରାତଃ ଭ୍ରମଣ, ଯୋଗାସନ ଓ ପ୍ରାଣାୟମ କରିବା ସାଙ୍ଗକୁ ସୁଷମ ତଥା ସନ୍ତୁଳିତ ଖାଦ୍ୟ ଖାଇବା ଉପରେ ଆଲୋକପାତ କରିବା ସହ ନୁଆଁ ବ୍ୟକ୍ତିଙ୍କୁ କିପରି ନୀରବଘାତକ ମଧୁମେହ ରୋଗ ଛୁଇଁ ପାରିବନି ଓ ଯେଉଁମାନଙ୍କୁ ମଧୁମେହ ରୋଗ ହୋଇଛି ସେମାନେ କିପରି ନିୟମିତ ଔଷଧ ଖାଇବା ସହ ରକ୍ତଶର୍କରା ଯାଞ୍ଚ କରିବା ସାଙ୍ଗକୁ ଶରୀରର ହୃତପିଣ୍ଡ, ଲିଭର୍, କିଡ୍ନୀ, ଯକୃତ, ଫୁସ୍ଫୁସ୍, ଆଖି କିପରି ସୁସ୍ଥ ରହିପାରିବ ତାହାରି ଉପରେ ଶିକ୍ଷଣୀୟ ସୂଚନା ପ୍ରଦାନ କରିଥିଲେ । ଆସିକା ସହରାଞ୍ଚଳ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀଙ୍କ ପ୍ରଚେଷ୍ଟା ଓ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ବିଶ୍ୱ ମଧୁମେହ ଦିବସ ପାଳନ କାର୍ଯ୍ୟକ୍ରମରେ ଫାର୍ମାସିଷ୍ଟ ରୀନା କୁମାରୀ ପ୍ରଧାନ, ନର୍ସିଂ ଅଫିସର ଅର୍ଚ୍ଚନା ମହାନ୍ତି, ସହାୟକ ସମୀର କୁମାର ପଟ୍ଟନାୟକ ଓ ଜଗନ୍ନାଥ ମିଶ୍ର, ଯୋଗ ପ୍ରଶିକ୍ଷକ ଗୁଣ୍ଡିଚା ମହାରଣା, ସୁରକ୍ଷା କର୍ମଚାରୀ ବିପିନ୍ ନାହାକଙ୍କ ସମେତ ବହୁ ସଚେତନ ନାଗରିକ, ବୁଦ୍ଧିଜୀବୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । (ଫଟୋ ଯାଇଛି, ଫଟୋ


