ଉତ୍କଳଗୈାରବ ମଧୁସୁଦନ ଦାସ ବିଚାରମଞ୍ଚ କର୍ମକର୍ତ୍ତା ଚୟନ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସହରର ଶ୍ରୀଗୋବିନ୍ଦଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଉତ୍କଳ ଗୈାରବ ମଧୁସୁଦନ ଦାସ ବିଚାର ମଞ୍ଚର ଏକ ବୈଠକ କେଦାରନାଥ ସାମନ୍ତରାୟଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ମଞ୍ଚର ସାଧାରଣ ସମ୍ପାଦକ ସୈାମେନ୍ଦ୍ର ଜେନା ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇ ବିଚାରମଞ୍ଚର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହାପରେ ଜିଲ୍ଲା ବିଚାର ମଞ୍ଚର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରାପଡା ଜିଲ୍ଲା ଉତ୍କଳ ଗୈାରବ ମଧୁସୁଦନ ଦାସ ବିଚାର ମଞ୍ଚର ସଭାପତି ଭାବେ କେଦାରନାଥ ସାମନ୍ତରାୟ, ସାଧାରଣ ସମ୍ପାଦକ ଭାବେ ବୀରେନ ରାଉତ, କୋଷାଧ୍ୟକ୍ଷ ଭାବେ ଅମୂଲ୍ୟ କୁମାର ରାଉତ ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଭରତ ଚନ୍ଦ୍ର ଜେନା, ଅଜୟ କୁମାର ଦାସ, ଅକ୍ଷୟ କୁମାର ପରିଡା, ନିରଞ୍ଜନ ପାତ୍ର, ସୀତାକାନ୍ତ ନାୟକ, ଭଞ୍ଜକିଶୋର ପରିଡା ଓ ହିଟଲର ସାମନ୍ତରାୟ (ନିଲୁବାବୁ) ପ୍ରମୁଖଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଛି। ଆବାହକ ଶ୍ରୀ ସାମନ୍ତରାୟ କହିଛନ୍ତି ଯେ ଆଗାମୀ ଦିନରେ ଏହି ମଞ୍ଚର ଏକ ବର୍ଦ୍ଧିତ ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯିବ। ଶେଷରେ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରାଯାଇଥିଲା।


