ଗଳଧାରୀରେ ନବମ ବାର୍ଷିକ କାର୍ତ୍ତିକେଶ୍ୱର ପୂଜା ଉଦ୍‌ଯାପିତ

ନାଉଗାଁ ,(ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଗଳଧାରୀ ଗ୍ରାମରେ ନବମ ବାର୍ଷିକ କାର୍ତ୍ତିକେଶ୍ୱର ପୂଜା ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି। ଗ୍ରାମର ମା’ ଜାଗୁଳାଇ କାର୍ତ୍ତିକେଶ୍ୱର ପୂଜା କମିଟି ଆନୁକୂଲ୍ୟରେ ଦୁର୍ଗାପୂଜା ମଣ୍ଡପ ପରିସରରେ ଗତ ୨୨ ତାରିଖ ରବିବାରଠାରୁ ଆରମ୍ଭ ହୋଇଥିବା ଏହି ପୂଜା ଉତ୍ସବରେ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ଦେଖିବାକୁ ମିଳିଥିଲା। ଉତ୍ସବ ଅବସରରେ ପ୍ରତି ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଉଦ୍‌ଯାପନୀ ଦିବସରେ ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ପ୍ରଭାତ କୁମାର ସ୍ୱାଇଁ, ଦେବୀପ୍ରସାଦ ନାୟକ, ଅଭିଷେକ ସ୍ୱାଇଁ, ଅଙ୍ଗଦ ନାୟକ ଓ ଅଶ୍ୱିନୀ ବାରିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନିଜସ୍ୱ ଅଭିଭାଷଣ ରଖିଥିଲେ। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକ ପରମ୍ପରାକୁ ଉଜ୍ଜୀବିତ ରଖିବା ସହ ନୂତନ ପିଢ଼ି ମଧ୍ୟରେ ଏହାର ମହତ୍ତ୍ୱ ଓ ମୂଲ୍ୟବୋଧର ପ୍ରସାର ନିମନ୍ତେ ଅତିଥିମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମକୁ ମା’ ଜାଗୁଳାଇ କାର୍ତ୍ତିକେଶ୍ୱର ପୂଜା କମିଟିର ସମସ୍ତ ସଦସ୍ୟ ସୁଚାରୁ ରୂପେ ପରିଚାଳନା କରିବା ସହ ଗ୍ରାମବାସୀଙ୍କ ସହଯୋଗରେ ଉତ୍ସବକୁ ସଫଳ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ