କୃଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଧାମନଗର (ଓ୍ବାଇଏନଏସ) : ଶୁକ୍ରବାର୧୧ ଘଟିକା ସମୟରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ କଣ୍ଟି ଠାରେ ଆଇ.ସି.ଏ.ଆର ଜାତୀୟ ଧାନ ଗବେଷଣା ଅନୁଷ୍ଠାନ କଟକ ପକ୍ଷରୁ “ଭଦ୍ରକ ଜିଲ୍ଲା ପାଇଁ ଜଳବାୟୁ-ସହନଶୀଳ ବିହନ ପ୍ରଣାଳୀ ଏବଂ ମୃତ୍ତିକା ପୁନରୁଦ୍ଧାର” ଏ ବିଷୟରେ ଏକ କୃଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। କଟକ ବିଦ୍ୟାଧରପୁର ଧାନ ଗବେଷଣା କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ ସୁଶାନ୍ତ କୁମାର ଦାଶଙ୍କ ସଭାପତିତ୍ୱରେ ରଞ୍ଜିତ କୁମାର ପଣ୍ଡା (ଏଫ୍.ପି.ସି.ଏଲ) ଧାମନଗର ଏ ସଭାର ଉଦ୍ଦେଶ୍ୟ ପ୍ରଦାନ କରି ସଭା ପରିଚାଳନା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଶଶୀଭୂଷଣ ମହାପାତ୍ର ଜିଲ୍ଲା ମୁଖ୍ୟ କୃଷିଅଧିକାରୀ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଆତ୍‌ମା,କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଭଦ୍ରକ,ବରେଣ୍ୟ ଅତିଥି ବରିଷ୍ଠ ବୈଜ୍ଞାନିକ ଡଃ କ୍ରିଷ୍ଣେନ୍ଦୁ ଚଟ୍ଟୋପାଧ୍ୟାୟ,ଡଃ ସୁଧାମୟ ମଣ୍ଡଲ, ପ୍ରଧାନ ବୈଜ୍ଞାନିକ ଗଣ, ସି.ଆର୍.ଆର୍.ଆଇ, କଟକ; ବ୍ଲକ କୃଷି ଅଧିକାରୀ ସଞ୍ଜୀବ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇ “ଜଳବାୟୁ ପରିବର୍ତ୍ତନ ଏବଂ ଅଦିନିଆ ବର୍ଷା,ବାରମ୍ବାର ବନ୍ୟା ଯାହା ଭଦ୍ରକ ଜିଲ୍ଲା ପାଇଁ ମୁଖ୍ୟ ସମସ୍ୟା ଠିଆ ହୋଇଛି ଏବଂ ଚାଷୀମାନଙ୍କୁ ବ୍ୟାପକ କ୍ଷତିଗ୍ରସ୍ତ କରିଛି”, ବୋଲି ବକ୍ତବ୍ୟ ରଖିଥିଲେ। ସହନଶୀଳ କିସମ ଏବଂ ଗୁଣାତ୍ମକ ବିହନ ହସ୍ତକ୍ଷେପ, ଏଭଳି ପରିସ୍ଥିତିରେ ଆଗାମୀ ଚାଷୀ ମାନଙ୍କୁ ସହାୟତା କରିପାରିବ ବୋଲି ବରିଷ୍ଠ କୃଷି ବୈଜ୍ଞାନିକ ମାନେସୂଚନା ଦେଇଥିଲେ ଓ ବିପଦ ପରିଚାଳନା ସମ୍ପର୍କରେ ଉପସ୍ଥିତ କୃଷକ ମାନଙ୍କୁ ପ୍ରଶିକ୍ଷଣ ଓ ସଚେତନ କରିଥିଲେ। ଅଧିକା ରାସାୟନିକ ସାର ଓ ଔଷଧ ମାଟିକୁ କ୍ଷତିଗ୍ରସ୍ତ କରୁଛି । ସେଥୁରୁ ବଂଚିବା ପାଇଁ ସନ୍ତୁଳିତ ରାସାୟନିକ ସାର ବ୍ୟବହାରର ଉପଯୋଗୀତା ଉପରେ ଆଲୋକପାତ କରାଯାଇଥିଲା । ଜୈବସାର ଯଥା ଧଣିଚା, ନୀଳହରିତ୍ ଶୈବାଳ, ଆଜୋଲା, ଏଣ୍ଡୋ ଏନ୍, ଏଣ୍ଡୋ-ଏନ୍ ପି.କେ. ର ବ୍ୟବହାର କିପରି ଭାବରେ ଯବକ୍ଷାରଜାନ ତଥା ଅନ୍ୟ ସାରର ବ୍ୟବହାର କୁ କମାଇ ପାରିବ; ଟ୍ରାଇକୋଡର୍ମା, ରୋଗ ପୋକର ଦାଉରୁ ବିନା ରାସାୟନିକ ଔଷଧ ଦେଇ କିପରି ରକ୍ଷା କରିପାରିବ; ଧାନ କାଟିବା ପରେ ନଡ଼ାକୁ ନ ଜଳାଇ, “ଏନ୍.ଆର୍.ଆର୍.ଆଇ. ଟେକ୍ ଡିକମ୍ପୋଜର୍” ମାଧ୍ୟମରେ କିପରି କମ୍ପୋଷ୍ଟରେ ପରିଣତ କରାଯାଇ ପାରିବ ସେ ବିଷୟ ପୁଙ୍ଖାନୁପୁଙ୍ଖ ଆଲୋଚନା ହେଲା । ଶେଷରେ ହିମାଂଶୁ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ