ସିଡ୍‌ବଲ୍ ରେ ନୂଆବର୍ଷକୁ ନିଆରା ସ୍ୱାଗତ

ଭୁବନେଶ୍ୱର, : ପୁରୁଣା ବର୍ଷ ବିଦାୟ ନେଇଛି । ଆସିଛି ନୂଆବର୍ଷ । ଫୁଲ, ବାଣ, କେକ୍ ଓ ଶୁଭେଚ୍ଛା ଦିଆନିଆ ଭିତରେ ନବବର୍ଷକୁ ସ୍ୱାଗତ କରଯାଉଥିବା ବେଳେ ପୋଖରୀପୁଟ ଇନ୍ଦ୍ରପସ୍ଥ କଲୋନୀ ଫେଜ୍‌-୨ରେ ନିଆରା ଢଙ୍ଗରେ ନୂଆବର୍ଷ ପାଳନ କରାଯାଉଥିବା ଦେଖିବାକୁ ମିଳିଛି । ଏଠାରେ ରହୁଥିବା ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ କୁମାର ସାହୁ ଓ ତାଙ୍କର ସହଯୋଗୀମାନେ ମାଟି,
ଗୋବର ଖତ ଓ ବିହନକୁ ଏକାଠି ପିଣ୍ଡୁଳା ଆକାରରେ ସଜାଇ ନୂଆବର୍ଷକୁ ସବୁଜିମା ପାଇଁ ସଂକଳ୍ପ ନେଇଛନ୍ତି । ନୂଆବର୍ଷ କ୍ଷେତ, ଜଙ୍ଗଲ ଓ ପରିବେଶକୁ ସବୁଜିମାମୟ କରାଉ ଓ ବିଶ୍ୱବାସୀଙ୍କ ମୁଣ୍ଡ ଉପରୁ
ଜଳବାୟୁର ଜ୍ୱାଳା ହ୍ରାସ ପାଉ ଏହି ବାର୍ତ୍ତା ଦେବାକୁ ଏଭଳି ଭବ୍ୟ ଆୟୋଜନ କରାଯାଇଛି । ସୂଚନାଯୋଗ୍ୟ ଯେ, ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ବିଗତ ଜୁନ୍ ମାସ ଠାରୁ ବିହନ ପିଣ୍ଡୁଳା ବା
ସିଡ୍‌ବଲ୍ ତିଆରି କରାଯାଇ ସହର ଉପକଣ୍ଠ ଚନ୍ଦକା ଅଭୟାରଣ୍ୟର ଖାଲିସ୍ଥାନ ଗୁଡ଼ିକରେ ନିକ୍ଷେପ କରାଯାଇଛି । ନିକ୍ଷେପିତ ବିହନ ପିଣ୍ଡୁଳା ଗୁଡ଼ିକରୁ ଚାରା ସୃଷ୍ଟି ହେବା ସହ ସେଗୁଡ଼ିକ ବଢୁଥିବା ଆଖାପାଖ
ଗ୍ରାମବାସୀଙ୍କ ସୂଚନାରୁ ଜଣାପଡ଼ିଛି । ବିହନ ପିଣ୍ଡୁଳା ଜରିଆରେ ଶସ୍ତା, ସହଜ ଓ ସମ୍ଭବ ହେଉଥିବାରୁ ନୂଆବର୍ଷରୁ ଏହା ବ୍ୟାପକ କରାଯିବା ପାଇଁ ସୁଶାନ୍ତ ଓ ସହଯୋଗୀମାନେ ସଂକଳ୍ପ ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ