ଓଡିଆ ଇ-ପତ୍ରିକା ଶୁଭପଲ୍ଲବର ୧୦ମ ସଂସ୍କରଣ ପ୍ରକାଶିତ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌) : ଆଜି ନବ ବର୍ଷ ଅବସରରେ ଓଡିଆ ଇ-ପତ୍ରିକା ଶୁଭପଲ୍ଲବର ୨ ବର୍ଷ ପୂରଣ ହେବା ସହ ଏହାର ୧୦ମ ସଂସ୍କରଣ ପ୍ରକାଶ ପାଇଛି । ଏଥିସହ ବଂଗଳା ଓ ପଞ୍ଜାବୀ ଭାଷାରେ ଏହାର ୱେବ୍ ପୋର୍ଟାଲର ଶୁଭାରମ୍ଭ କରାଯାଇଛି । ୨୦୧୮ ମସିହା ନବବର୍ଷରୁ ତ୍ରୟମାସିକ ପତ୍ରିକା ଭାବରେ ପ୍ରକାଶ ପାଇ ଆସୁଥିବା ଏହି ପତ୍ରିକା ଏବେ ଠାରୁ ମାସିକ ପତ୍ରିକା ଭାବରେ ପ୍ରକାଶ ପାଇବ ବୋଲି ପତ୍ରିକାର ପ୍ରତିଷ୍ଠାତା ତଥା କାର୍ଯ୍ୟକାରୀ ସଂପାଦକ ସଂଗ୍ରାମ କେଶରୀ ସେନାପତି ସୂଚନା ଦେଇଛନ୍ତି । ସୂଚନାନୁସାରେ ଏହି ପତ୍ରିକାରେ ୱେବ୍ ପୋର୍ଟାଲ ଏବେ ଓଡିଆ ସମେତ ହିନ୍ଦି ଏବଂ ଇଂରାଜୀରେ ଉପଲବ୍ଧ ହେଉଛି । ପତ୍ରିକାର ଏହି ସଂସ୍କରଣରେ ସମୁଦାୟ ୨୫ଟି ଗପ, କବିତା ଓ ଭ୍ରମଣ କାହାଣୀ ସ୍ଥାନ ପାଇଛି । ଏହି ପତ୍ରିକାଟିର ଅଳଙ୍କରଣ କାର୍ଯ୍ୟ ସୁଦୂର ୁମୁମ୍ବାଇରେ ଅବସ୍ଥାପିତ ଓଡିଆ ଯୁବକ ସମ୍ବିତ ଦାସ କରିଥିବା ବେଳେ ସଂପାଦନରେ ଅତ୍ୟତମ ସଂପାଦକ ତାପସ ରଞ୍ଜନ କାର୍ଯ୍ୟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ