ବାଲେଶ୍ୱର ସୋନ ନଦୀରେ ମାଛ ମଡ଼କ

ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ସୋନ ନଦୀରେ ଅନେକ ସଂଖ୍ୟାରେ ମାଛ ମରି ଭାସୁଥିବା ଜଣାଡପଡ଼ିଛି। ସୂଚନା ଅନୁଯାୟୀ, ପତ୍ରିପାଳ ଓ ଗନିପୁର ପଞ୍ଚାୟତ ପାଖ ନଦୀରେ ମାଛ ମରି ଭାସୁଥିବାରୁ ନଦୀ ଜଳ ଦୂଷିତ ହୋଇପଡ଼ିଛି। ତେବେ କେଉଁ କାରଣରୁ ମାଛ ମଡ଼କ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ନଦୀରେ ବିଷ ପ୍ରୟୋଗ ହୋଇଥିବାରୁ ଏପରି ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ନଦୀର ପାଣି କଳା ରଙ୍ଗ ହେବା ସହ ଦୁଇ ଦିନ ହେବ ଏପରି ମାଛ ମରି ଭାସୁଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ