କଅଁଳ ଶିଶୁର ମହନୀୟତା

ମିଜୋରାମ୍ ବସବାସ କରୁଥିବା ଜଣେ କଅଁଳ ଶିଶୁ ଏବେ ଚର୍ଚ୍ଚାରେ ରହିଛି । ଏହି କୁନି ପିଲାଟିର ନାମ ଦେରେକ୍ ସି ଲାଲଚ୍ଚାହ୍ନିମା ଓ ବୟସ ୬ବର୍ଷ । ଦେରେକ୍ ନିଜ ନୂଆ କିଣାଯାଇଥିବା ସାଇକେଲ୍ ଧରି ରାସ୍ତାରେ ଚଲାଉଥାଏ । ସେହି ସମୟରେ ଦୁର୍ଭାଗ୍ୟକୁ ତା’ ସାଇକେଲ୍ ସାମ୍ନାକୁ ପଡ଼ୋଶୀ ଘରର କୁକୁଡ଼ା ଚାଲିଆସିଲା । ପିଲାଟି ସାଇକେଲ୍ ଉପରେ ନିୟନ୍ତ୍ରଣ ରଖି ନପାରିବାରୁ କୁକୁଡ଼ା ଉପରେ ଚଢ଼ାଇ ଦେଇଥିଲା । ଏଥିରେ କୁକୁଡ଼ା ଦେହରେ ଆଘାତ ଲାଗିଲା । ଏହା ପରେ କୁନି ଶିଶୁଟି କୁନି ହାତରେ କୁକୁଡ଼ାକୁ ନେଇ ତା’ର ପାଖରେ ଥିବା ସମସ୍ତ ଅର୍ଥକୁ ଧରି ହସ୍ପିଟାଲ୍ରେ ଚିକିତ୍ସା ପାଇଁ ପହଞ୍ଚିଥିଲା । ଶିଶୁଟିର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେ ଚର୍ଚ୍ଚାର ପରିସରରେ ରହିଛି । ଦେରେକ୍ର ଏଭଳି ମନୋଭାବ ଦେଖି ସ୍କୁଲ ତା’କୁ ପୁରସ୍କୃତ ମଧ୍ୟ କରିଛି । ଏହି ପୁରସ୍କାର ପାଇବା ପରେ କୁନି ଶିଶୁଟି ମୁହଁରେ ଖୁସିର ଲହରି ଖେଳିଯାଇଥିଲା । ଯାହା ଆପଣ ଫଟୋରେ ଦେଖିପାରୁଥିବେ । ଜଣେ ଫେସ୍ବୁକ୍ ବ୍ୟବହାରକାରୀ ଏହି ଫଟୋକୁ ତାଙ୍କ ଆକାଉଣ୍ଟ୍ର ସେୟାର୍ କରିବା ପରେ ୫୦ ହଜାରରୁ ଊଦ୍ଧ୍ୱର୍ ସେୟାର୍ ହୋଇସାରିଲାଣି । ଅନେକ ଫେସ୍ବୁକ୍ ବ୍ୟବହାରକାରୀ ପିଲାଟିକୁ ନିଜର ସ୍ନେହ ଦେବା ସହ ତା’ର ଖୁବ୍ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ