୫୦ ଲକ୍ଷର ଡ୍ରଗ୍ସ ଜବତ, ନାଇଜେରିଆ ନାଗରିକ ଗିରଫ
ପାଣାଜୀ : ଗୁରୁବାର ଗୋଆରୁ ୫୦ ଲକ୍ଷ ଟଙ୍କାର ଡ୍ରଗ୍ସ ସହିତ ଜଣେ ନାଇଜେରିଆ ନାଗରିକଙ୍କୁ ଗିରଫ କରାଯାଇଛି । ଜବତ ଡ୍ରଗ୍ସ ମଧ୍ୟରେ ରହିଛି ୩୦୯ ଗ୍ରାମର କୋକେନ୍ ଏବଂ ୨୦୦ ଗ୍ରାମର ଏମ୍ଡିଏମ୍ଏ। ଅଭିଯୁକ୍ତଙ୍କ ନାମ ହେଉଛି ଫେଚ୍କ୍ୟୁ ଡେଭିଡ୍ ମାଡୁକ୍ବେ। ଗୋଆ ପୋଲିସ୍ ସର୍ବଦା ଜିରୋ ଡ୍ରଗ୍ ପଲିସିକୁ ପ୍ରାଧାନ୍ୟ ଦେଇଛି ଏବଂ ଆଗାମୀ ଦିନରେ ଗୋଆକୁ ଡ୍ରଗ୍ସମୁକ୍ତ କରାଯିବ ବୋଲି ଗୋଆ ପୋଲିସ୍ ପକ୍ଷରୁ ଟ୍ବିଟ୍ କରାଯାଇଛି । ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ଗୋଆରୁ ୩ କୋଟିରୁ ଅଧିକ ଟଙ୍କାର ଡ୍ରଗ୍ସ ଜବତ କରାଯାଇଥିବା ପୋଲିସ୍ ପକ୍ଷରୁ କୁହାଯାଇଛି ।