ବରଗଡ ଓ ଗଞ୍ଜାମରେ ବିଜୟ ସଂକଳ୍ପ ସଭାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର/ବରଗଡ/ପୋଲସରା,ଯୁଗାବ୍ଦ ନୁୃ୍ୟଜ): ୧୯ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପାରଗତା, ଦୁର୍ନୀତି ଓ ଭ୍ରଷ୍ଟାଚାର ଚର୍ଚ୍ଚା ସାରା ବିଶ୍ୱରେ ହେଉଛି । ଓଡିଶାର ଦାନ ମାଝି କଥା ବିଶ୍ୱରେ ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ୧୯ ବର୍ଷ ହେବ ଓଡିଶାର ଲୋକଙ୍କୁ ପ୍ରତାରଣା କରି ଆସୁଛନ୍ତି ବୋଲି ବରଗଡ ଜିଲ୍ଲା ଓ ଗଞ୍ଜାମ ଜିଲ୍ଲା ପୋଲସରାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତିା ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟ କାଳ ଶେଷ ହୋଇ ଆସୁଥିବା ବେଳେ ଏବେ ତାଙ୍କର ପଶ୍ଚିମ ଓଡିଶାର ସମସ୍ୟା କଥା ମନେପଡୁଛି । ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶାକୁ ଏକ ବାହାନା କରିଛନ୍ତି । ୧୯ ବର୍ଷ ଧରି ଲମ୍ବା ସମୟ ଦାୟିତ୍ୱରେ ରହିବା ପରେ ଓଡିଶାର ଚାଷୀ ସବୁଠୁ ଦୁଃଖରେ ଅଛି । ବରଗଡ ଅଂଚଳରେ ଦିଲ୍ଲୀରୁ ମୋଦି ପଇସା ପଠାଇବା ପରେ ମଧ୍ୟ ଧାନ କ୍ୱିଂଟାଲ ପିଛା ୧୭୫୦ ଟଙ୍କାରେ ବିକ୍ରି ହେଉନାହିଁ । ଏ ଅଂଚଳର ବୃନ୍ଦା ସାହୁ ଭଳି ଚାଷୀକୁ ନ୍ୟାୟ ମିଳିଲା ନାହିଁ । ବରଗଡ ପଦମପୁର ସବଡିଭିଜନରେ ଆଜି ସୁଦ୍ଧା ଜଳସେଚନର ବ୍ୟବସ୍ଥା ହୋଇପାରିଲା ନାହିଁ । ଉପନିବାଚନରେ ପ୍ରତିଶ୍ରୁତି ଦେଇଥିବା ନବୀନ ବାବୁ ପଦମପୁର ସବଡିଭିଜନକୁ ମୁନ୍ଦେ ପାଣି ଜଳସେଚନ ପାଇଁ ପହଁଚାଇପାରିଲେ ନାହିଁ । ବିଜେପି ସରକାର କଲେ ଆଗାମୀ ୫ ବର୍ଷ ପାଇଁ ୧ ଲକ୍ଷ କୋଟି ଟଙ୍କାର ଜଳସେଚନ ବ୍ୟବସ୍ଥା କରି ପଦମପୁରକୁ ପାଣି ପହଁଚାଇବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।


