ଚମକିଲା ମହେନ୍ଦ୍ରତନୟା ମହୋତ୍ସବ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) -ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ନୃତ୍ୟରେ ମନମୋହିଲା ମହେନ୍ଦ୍ରତନୟା ମହୋତ୍ସବ । ଗଜପତି ଜିଲା ଗୋଷାଣୀ ବ୍ଲକ କାର୍ଯ୍ୟାଳୟ ପରିସରରେ ମହେନ୍ଦ୍ରତନୟା ମହୋତ୍ସବ ଗତକାଲି ସଂଧ୍ୟାରେ ଉଦ୍ଘାଟିତ ହୋଇଯାଇଛି । ଏଥିରେ ଅତିଥିଭାବେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ଜିଲାପାଳ ଅନୁପମ ସାହା, ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ବ୍ଲକ ଅଧ୍ୟକ୍ଷା ସି.ଏଚ୍.ତାରେକେଶ୍ୱରୀ, ଜିଲାପରିଷଦ ସଭ୍ୟ ଜି.ଶ୍ରୀଧର, ବିଡିଓ ସଂଗ୍ରାମକେଶରୀ ପଣ୍ଡା ପ୍ରମୁଖ ଯୋଗ ଦେଇ କହିଥିଲେ,ଗୋଷାଣୀ ବ୍ଲକର ଲୁକାୟତ କଳା ସଂସ୍କୃତିକୁ ଲୋକଲୋଚନକୁ ଆଣିବା ସହ ଏଠାକାର ଉନ୍ନତି ଓ ପ୍ରଗତିର ବାସ୍ତବ ଚିତ୍ର ପ୍ରଦର୍ଶନ ପାଇଁ ଏହି ଉତ୍ସବ ପାଳନ କରାଯାଇଛି । ଏହି ମହୋତ୍ସବ ଦୁଇଦିନ ଧରି ଚାଲିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଗତକାଲି ରାତ୍ରର ପ୍ରଥମ ଉତ୍ସବରେ ବହୁ ସଂଖ୍ୟକ ଅଞ୍ଚଳବାସୀ ଉପସ୍ଥିତଥିଲେ । କାର୍ଯ୍ୟକ୍ରମ ପ୍ରବଳ ଶୀତର ପ୍ରକୋପ ସତ୍ୱେ ରାତ୍ର ୧୦ଘଣ୍ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓ ପାରମ୍ପାରିକ ନୃତ୍ୟ ପରିବେଷଣ ଦ୍ୱାରା ଲୋକେ ନିଜକୁ ହଜାଇ ବେଶ ମଜା ନେଇଥିବା ଲକ୍ଷ କରାଯାଇଥିଲା ।


