ଗ୍ଲୋବାଲ ଇଣ୍ଡିଆ ତରଫରୁ ଶୀତବସ୍ତ୍ର ପ୍ରଦାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ପାରଳାଖେମୁଣ୍ଡିର ଗ୍ଲୋବାଲ ଇଣ୍ଡିଆ ସୋସାଇଟି ତରଫରୁ ଗରିବ ବିଧବା ମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଛି । ୨୦୨୦ନୂତନ ବର୍ଷ ଅବସରରେ ଗ୍ଲୋବାଲ ଇଣ୍ଡିଆ ସୋସାଇଟିର ନିର୍ଦ୍ଧେଶକ ଆମୋଦ କୁମାର ବର୍ଦ୍ଧନ ଏବଂ ଟିଫ୍ନୀ ବ୍ରାଇଟ୍ ପାରଳାଖେମୁଣ୍ଡି ରେଳଷ୍ଟେସନ ନିକଟରେ କୁଡିଆରେ ରହୁଥିବା ଗରିବ ବିଧବା ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରିବାସହ ସମସ୍ତ ଗରିବ ଲୋକଙ୍କୁ କେକ୍ ବଣ୍ଟନ କରି ନୁତନ ବର୍ଷର ଅଭିନନ୍ଦନ ଜଣାଇଥିଲେ । ଏଥିରେ ବସ୍ତି ସୁରକ୍ଷା ମଞ୍ଚର ଆବାହକ ସୁଜିତ ପ୍ରଧାନ,ଗଜପତି କୃଷକ ସଙ୍ଘର ସଭାପତି ସୁର୍ଯ୍ୟ ନାରାୟଣ ପଟ୍ଟନାୟକ,ସାମ୍ବାଦିକ ବୀର କିଶୋର ପଟ୍ଟନାୟକ ଓ ନାଗେଶ୍ୱର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରବଳ ଶୀତରେ ବିଭିନ୍ନ କଷ୍ଟ ସହୁଥିବା ବିଧବାମାନେ ଠିକ୍ ସମୟରେ ଗ୍ଲୋବାଲ ଇଣ୍ଡିଆ ସୋସାଇଟି ଦ୍ୱାରା ଶୀତବସ୍ତ୍ର ପାଇଥିବା ଯୋଗୁଁ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।


