ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୩ ତମ ଜନ୍ମ ଜୟନ୍ତୀ

ଖୋର୍ଦ୍ଧା-  ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଚକ୍ଷଣ ରାଜନୀତିଜ୍ଞ, ପ୍ରବୀଣ ସାମ୍ବାଦିକ ଓ ଦକ୍ଷ ଅନୁବାଦକ ସ୍ବର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୩ ତମ ଜନ୍ମ ଜୟନ୍ତୀ ଶୁକ୍ରବାର ପାଳିତ ହୋଇଯାଇଛି ।ଜାନକୀବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ଟ୍ରଷ୍ଟ ପକ୍ଷରୁ ଖୋର୍ଦ୍ଧାର ଜାନକୀ ବଲ୍ଲଭ ସ୍କୃତି ଉଦ୍ୟାନ ପରିସରରେ ଏହି ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର‌୍ୟ୍ୟକ୍ରମରେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଖୋର୍ଦ୍ଧା ବିଧାୟକ ଜିତେନ୍ଦ୍ର ନାଥ ମିତ୍ର, ପୂର୍ବତନ ବିଧାୟକ ଡ.ଦିଲ୍ଲୀପ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଥାଉକି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାମେଶ୍ୱର ଗ୍ରାମରେ ୧୯୨୭ ମସିହା ଜାନୁୟାରୀ ୩ ତାରିଖରେ ଜାନକୀ ବଲ୍ଲଭ ଜନ୍ମଗ୍ରହଣ କରିଥିଲେ ଜ୍ଝ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ