ପାଓ୍ବାର ଏମ୍ପଲୟୀଜ୍ ୟୁନିଅନ ବାଲେଶ୍ବର, ରାଇରଙ୍ଗପୁର ଶାଖାର ବୈଠକ

ରାଇରଙ୍ଗପୁର,,( ଯୁଗାବ୍ଦ ନ୍ୟୁଜ୍‌): ରାଇରଙ୍ଗପୁର ନେସ୍କୋ ଡିଭିଜନ ପରିସରରେ ଶୁକ୍ରବାର ଦିନ ପାଓ୍ବାର ଏମ୍ପଲୟୀଜ୍ ୟୁନିଅନ ବାଲେଶ୍ବର, ରାଇରଙ୍ଗପୁର ଶାଖା ତରଫରୁ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସଭାପତି ଦେବାଶିଷ ପଣ୍ଡା ସଭାପତିତ୍ବ କରିଥିଲେ । ବୈଠକରେ ରାଇରଙ୍ଗପୁର ଡିଭିଜନ ଏବଂ କରଂଜିଆ ଡିଭିଜନ ଏବଂ ବିଭିନ୍ନ ସେକ୍ସ୍ସନର କାର୍ଯ୍ୟରତ ୧୦୦ରୁ ଉର୍ଦ୍ଧ୍ବ କର୍ମଚାରୀ ଉପସ୍ଥିତ ଥିଲେ । କାର୍ଯ୍ଯ କ୍ଷେତ୍ରରେ କର୍ମଚାରୀମାନେ କିଭଳି ବିଭିନ୍ନ ଅସୁବିଧା ସମ୍ମୁଖୀନ ହେଉଛନ୍ତି ଦୁଃଖର ସହ ବର୍ଣ୍ଣନା କରିଥିଲେ ।ସମଗ୍ର ନେସ୍କୋ ୟୁନିଟ୍ ପରିସୀମା ହୁଏ ହୁଏ ବଢ଼ି ଚାଲିଛି ।କାମର ପରିଶ୍ରମ ବଢ଼ି ଚାଲିଛି ।କାମ ବହୁତ ହେଲେ କର୍ମଚାରୀ ଅଭାବ । ନେସ୍କୋ ନୁତନ କର୍ମଚାରୀ ନିଯୁକ୍ତି କରୁନାହିଁ ।ଇଲେକ୍ଟ୍ରିକ ମରାମତି ପାଇଁ ସୁରକ୍ଷା ସାମଗ୍ରୀ ନାହିଁ ଯାହାଫଳରେ ବିଦ୍ୟୁତ କାମ କଲାବେଳେ ଦୁର୍ଘଟଣା ଏବଂ ମୃତାହତ ସମ୍ମୁଖୀନ ହେବାକୁ ପଡୁଛି ।ଏହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।ସଂପାଦକ ତାରାକାନ୍ତ ପଟ୍ଟନାୟକ କହିଥିଲେ କର୍ମଚାରୀ ନିଯୁକ୍ତି ଏବଂ ସୁରକ୍ଷା ସାମଗ୍ରୀ ନେଇ ଭୂବନେଶ୍ବରରେ ଦିର୍ଘ ୨୦ ଦିନ ଧରି ଧାରଣାରେ ବସିଥିଲେ । ସରକାର ସେମାନଙ୍କ ଦାବି ପ୍ରତି ବିଚାର କରିବେ ବୋଲି ସୂଚାଇଥିଲେ ।ଯଦି ଫେବୃଆରୀ ୨୮ ତାରିଖ ସୁଦ୍ଧା ଦାବି ପୂରଣ ନ ହୁଏ ମାର୍ଚ୍ଚ ୩ ତାରିଖରୁ ଆନ୍ଦୋଳନ ମିଶ୍ରଣରେ କରାଯିବ ଏବଂ ପରିସ୍ଥିତି ପାଇଁ ନେସ୍କୋ ଦାୟୀ ରହିବେ ।ପରେ ଡିଭିଜନ , ସବ ଡିଭିଜନ ଏବଂ ସେକ୍ସନ କାର୍ଯ୍ୟାଳୟର ମରାମତି, ସଂଘ ନୁତନ ଘର ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।ପରେ ସଂଘର ନେତୃବୃନ୍ଦ ଏକଜିଉଟିଭ ଇଞ୍ଜିନିୟର ଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।ସମସ୍ତ କର୍ମଚାରୀ ସଂଘର ଛାତ ତଳେ ଏକଜୁଟ ପାଇଁ ନିବେଦନ କରାଯାଇଥିଲା । କାର୍ଯ୍ୟକ୍ରମରେ ଉପସଭାପତି ଆର୍ତ୍ତବଂଧୁ ବିଶ୍ବାଳ,ଜଏଣ୍ଟ ସେକ୍ରେଟାରୀ ଅଶ୍ଵିନୀ ପଣ୍ଡା,ରାମଦୁଲାଲ ରାୟ, ପ୍ରତାପ ମହାନ୍ତ,ବିଜୟ ମାଇତି, କାଶୀନାଥ ମହାନ୍ତ, ରାଜେନ୍ଦ୍ର ମହାନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଜଏଣ୍ଟ ସେକ୍ରେଟାରୀ ଅଶ୍ଵିନୀ ପଣ୍ଡା ନବ ବର୍ଷର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ବୈଠକକୁ ସଫଳ କରାଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ