ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଦିଆଗଲା ବିଦାୟକାଳୀନ ସମ୍ବର୍ଦ୍ଧନା

କଟକ- ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀଙ୍କୁ ଶୁକ୍ରବାର ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଜଷ୍ଟିସ ଜାଭେରୀଙ୍କ କାର‌୍ୟ୍ୟକାଳ ଚଳିତ ସପ୍ତାହରେ ଶେଷ ହେବାକୁ ଯାଉଛି । ଏହି ଅବସରରେ ହାଇକୋର୍ଟର ବିଚାରପତିମାନଙ୍କ ସହିତ ରେଜିଷ୍ଟ୍ରିର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ୨୦୧୮, ଅଗଷ୍ଟ ୧୨ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଥିଲେ। ସେ ହାଇକୋର୍ଟର ୩୦ତମ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ