‘ଅଜିତା’ କାର୍ଯ୍ୟକ୍ରମର ଶୁଭାରମ୍ଭ
ଭୁବନେଶ୍ୱର: ‘ଅଜିତା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅଣରାଜନୈତିକ ଦଳ ଭାବେ ମହିଳାଙ୍କୁ ନେଇ ‘ଅଜିତା’ର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଶ୍ରୀମତୀ ଷଡ଼ଙ୍ଗୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ଅଜିତା’ ମହିଳାଙ୍କ ପାଇଁ ଓ ମହିଳାଙ୍କୁ ନେଇ କାମ କରିବ । ସରକାରଙ୍କ ଯୋଜନା ମହିଳାଙ୍କ ପାଖରେ ପହଞ୍ଚାଇବା ‘ଅଜିତା’ର ଲକ୍ଷ୍ୟ । ୧୦୦ ଦିନର ଲକ୍ଷ୍ୟ ନେଇ ‘ଅଜିତା’ କାମ କରିବ ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ।


