ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଆସୁଥିବ। ଇ-ଅଭିଯୋଗ ଦରଖ।ସ୍ତ ଗୁଡିକ ଉପରେସ।ତ ଦିନ ମଧ୍ୟରେ କ।ର୍ଯ୍ୟ।ନୁଷ୍ଠ।ନ

ଛତ୍ରପୁର- ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଯେଉଁ ସବୁ ଇ-ଅଭିଯୋଗ ଦରଖ।ସ୍ତ ଗୁଡିକ ତଦ।ରଖ ପ।ଇଁ ଜିଲ୍ଲ। ସ୍ତରକୁ ପ୍ରେରଣ ହେଉଛି, ସଂପୃକ୍ତ ବିଭ।ଗ ଗୁଡିକ ଉକ୍ତ ଅଭିଯୋଗର ଉପଯୁକ୍ତ ତଦନ୍ତ କରି ତୁରନ୍ତ କ।ର୍ଯ୍ୟ।ନୁଷ୍ଠ।ନ ଗ୍ରହଣ ପ।ଇଁ ଗଞ୍ଜ।ମର ଭ।ରପ୍ର।ପ୍ତ ଜିଲ୍ଲ।ପ।ଳ କବୀନ୍ଦ୍ର କୁମ।ର ସ।ହୁ ନିର୍ଦ୍ଦେଶ ଦେଇଛନ୍ତି । ଇ-ଅଭିଯୋଗ ଦରଖ।ସ୍ତ ଉପରେ ଅନୁଷ୍ଠିତ ସମୀକ୍ଷ। ବୈଠକରେ ଅଧ୍ୟକ୍ଷତ। କରି ଭ।ରପ୍ର।ପ୍ତ ଜିଲ୍ଲ।ପ।ଳ ସମସ୍ତ ପଡିରହିଥିବ। ଇ-ଅଭିଯୋଗ ଗୁଡିକୁ ଜ।ନୁୟ।ରୀ ୧୫ ତ।ରିଖ ମଧ୍ୟରେ ଫଏସଲ। କରିବ।କୁ କହିଛନ୍ତି । ଯେଉଁ ବ୍ଲକ୍, ତହସିଲ କିମ୍ବ। ଅନ୍ୟ।ନ୍ୟ ବିଭ।ଗ ଗୁଡିକରେ ଅଧିକ ସଂଖ୍ୟକ ଇ-ଅଭିଯୋଗ ପଡି ରହିଛି ଏଥିରେ କ।ର୍ଯ୍ୟ।ଳୟର ସଂଖ୍ୟ।ଧିକ କର୍ମଚ।ରୀ ନିୟୋଜିତ କରି ସ।ରିବ।ପ।ଇଁ କୁହ।ଯ।ଇଛି । ଇ-ଅଭିଯୋଗର ଫଏସଲ। ନକଲ ଅନଲ।ଇନ୍ ରେ ମୁଖ୍ୟମନ୍ତ୍ରୀଙ୍କ କ।ର୍ଯ୍ୟ।ଳୟକୁ ପ୍ରେରଣ ହେବ। ସହିତ ଏହ।ର ଏକକିତ। ନକଲ ସଂପୃକ୍ତ ଅଭିଯୋଗକ।ରୀଙ୍କୁ ପ୍ରଦ।ନ କର।ଯିବ । ପ୍ରତ୍ୟେକ ଅଭିଯୋଗ କ।ର୍ଯ୍ୟ।ନୁଷ୍ଠ।ନ ନକଲରେ କ।ର୍ଯ୍ୟ।ଳୟ ମୁଖ୍ୟଙ୍କ ଦସ୍ତଖତ ରହିବ । ପ୍ରତ୍ୟେକ ଶନିବ।ର ଦିନ କ।ର୍ଯ୍ୟ।ଳୟ ମୁଖ୍ୟ ଇ-ଅଭିଯୋଗର ସମୀକ୍ଷ। କରିବେ । ଜ।ନୁୟ।ରୀ ୧୫ ତ।ରିଖ ପରେ ଦପ୍ତରକୁ ପ୍ରେରଣ ହେଉଥିବ। ଇ-ଅଭିଯୋଗ ଗୁଡିକ ସ।ତ ଦିନ ମଧ୍ୟରେ ଫଏସଲ। କର।ଯିବ । ଅବହେଳ। କଲେ ସଂପୃକ୍ତ ଅଧିକ।ରୀ କ।ର୍ଯ୍ୟ।ନୁଷ୍ଠ।ନର ସମ୍ମୁଖୀନ ହେବେ ।
ଏହି ସମୀକ୍ଷ। ବୈଠକରେ ଅନ୍ୟମ।ନଙ୍କ ମଧ୍ୟରେ ଜିଲ୍ଲ। ସହର।ଞ୍ଚଳ ଉନ୍ନୟନ ସଂସ୍ଥ। ପ୍ରକଳ୍ପ ନିର୍ଦ୍ଦେଶକ ସୁଦ।ମ ଚରଣ ମଣ୍ଡଳ, ଛତ୍ରପୁର ଉପ ଜିଲ୍ଲ।ପ।ଳ ପ୍ରିୟରଞ୍ଜନ ପୃଷ୍ଟି, ଜିଲ୍ଲ। ମୁଖ୍ୟ ଚିକିତ୍ସ। ଅଧିକ।ରୀ ଡ।.ବିଜୟ କୁମ।ର ପ।ଣିଗ୍ର।ହୀ ଓ ଅନ୍ୟ।ନ୍ୟ ବିଭ।ଗୀୟ ଅଧିକ।ରୀମ।ନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ