ଭାବଗ୍ରାହୀ କଳାନିକେତନର ୩୩ତମ ପ୍ରତିଷ୍ଠା ଦିବସ ସମାରୋହ

କେନ୍ଦ୍ରାପଡା – କେନ୍ଦ୍ରାପଡା ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ ବାରୋସ୍ଥିତ ଭାବଗ୍ରାହୀ କଳାନିକେତନର ୩୩ତମ ପ୍ରତିଷ୍ଠା ଦିବସ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଶିଷ୍ଠ ତବଲା ଗୁରୁ ସମୀରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ , ମୁଖ୍ୟବକ୍ତା ଭାବରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦେଶକ ଚନ୍ଦ୍ରକାନ୍ତ ନାୟକ ମୁଖ୍ୟବକ୍ତା, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ଓ ପଂଚାୟତ ସମିତି ଅଧ୍ୟକ୍ଷ ଅନାମବନ୍ଧୁ ଧଳ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଉତ୍କଳୀୟ କଳା ସଂସ୍କୃତି, ସଂଗୀତ ଓ ସାହିତ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ଭାବଗ୍ରାହୀ କଳାନିକେତନର ଅବଦାନକୁ ଭୂୟସୀ ପ୍ରସଂଶା କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ତଥା ସଂଗୀତ ନିର୍ଦେଶକ ବିମଳ ପ୍ରସାଦ ପରିଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ ସହିତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଉତ୍ସବ ପ୍ରାରମ୍ଭରେ ଅତିଥିମାନେ ଅନୁଷ୍ଠାନ ପରିସରରେ ଥିବା ଚିରସବୁଜ ଅକ୍ଷୟ ମହାନ୍ତି, ଭଜନ ସମ୍ରାଟ ଭିକାରୀ ବଳ, କବି ଭାବଗ୍ରାହୀ ପରିଡା ଓ ଧର୍ମପ୍ରାଣା ସରୋଜିନୀ ପରିଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସନ୍ଧ୍ୟାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମାନସଭୂଷଣ ପଣ୍ଡିତ ହୃଷିକେଶ ରଥ ମୁଖ୍ୟଅତିଥି, ଆଶୁକବି ହେମନ୍ତ ଜେନା ମୁଖ୍ୟବକ୍ତା, ସଂଗୀତଜ୍ଞ ରବିନ୍ଦ୍ର ନାଥ ମିଶ୍ର, କବି ରାମକୃଷ୍ଣ ଦାଶ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ସହକାରୀ ଶିକ୍ଷା ଅଧିକାରୀ ତଥା ପରିବେଶବିତ କାଶିନାଥ ରାଉତରାୟ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ କଳାନିକେତନର ନିରବଛିନ୍ନ ଉଦ୍ୟମ, କଳା ସାଧନା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ନିଆରା ଶୈଳିକୁ ପ୍ରସଂଶା କରିଥିଲେ । ସଭାପତି ସମୀରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେସନରେ ସମ୍ପାଦକ ବିମଳ ପ୍ରସାଦ ପରିଡା ଅତିଥି ପରିଚୟ, ସ୍ୱାଗତ ଭାଷଣ ଓ ବିବରଣୀ ପାଠ କରିଥିଲେ । ଅପରାହ୍ନ ଅଧିବେସନରେ ଓଡିଶୀ ସଂଗୀତ ଏବଂ ନୃତ୍ୟ ସମ୍ପର୍କରେ ଏକ ମାନସ ମନ୍ଥନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଆଶୁ କବି ହେମନ୍ତ ଜେନା ସଂଯୋଜନା କରିଥିଲେ । ଗୁରୁ ରବିନ୍ଦ୍ର ନାଥ ମିଶ୍ର, ରଞ୍ଜନ ବରାଳ, ପ୍ରମୋଦ କୁମାର ଦାସ, ପ୍ରକାନ୍ତ ମହାରଣା, ରାମକୃଷ୍ଣ ଦାଶ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ରୂପାଲି ସୂତାର, ବୈଶାଖି ପରିଡା, ନମିତା ସ୍ୱାଇଁ, ଜୟଶ୍ରୀ ଦାଶ, ପାର୍ବତୀ ପରିଡା, ଭାଗ୍ୟଲକ୍ଷ୍ମୀ ପରିଡା, ରାଜଲକ୍ଷ୍ମୀ ପରିଡା, ପ୍ରଭାତୀ ନାୟକ, ମାଗୁଣି ସାହୁ, ସୁରେନ୍ଦ୍ର ରାଉତ, ବଳରାମ ମଲ୍ଲିକ, ଅଜୟ ଜେନା, ରଞ୍ଜନ ବରାଳ, ବିଶ୍ୱଜିତ ପରିଡା, ଦିବ୍ୟଜ୍ୟୋତି ପରିଡା, ବିଶାଲ ପରିଡା, କୈଳାସ ପରିଡା ପ୍ରମୁଖ ଶିଳ୍ପୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଧିରାମଣୀ ପରିଡା, ସୁଶ୍ରୀ ସଂଗୀତା ପରିଡା, ସୀମା ପରିଡା, ରାଜେନ୍ଦ୍ର ପରିଡା, ବିଶ୍ୱ ପ୍ରକାଶ ପରିଡା, ବିକ୍ରମ ପରିଡା, ନଳିନୀପ୍ରଭା ପରିଡା, ମମତା ପରିଡା, ବିଜୟ ପରିଡା, ବିକାଶ ପରିଡା, ଅମର ବିଶ୍ୱାଳ, ନିଲୁରାଣୀ ପରିଡା, ଦିଲ୍ଲିପ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କଳାନିକେତନର ସମ୍ପାଦକ ବିମଳ ପ୍ରସାଦ ପରିଡା ସଂଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କ କେଣେ ଘେନି ଯାଉଛୁ ଜଗନ୍ନାଥଙ୍କୁ ଭଜନ ଗାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ