ଶୀତଦିନେ ନ ଗାଧୋଇଲେ….

ଚଳିତ ବର୍ଷ ଶୀତ ବଢ଼ିବାରେ ଲାଗିଛି। ଏଭଳି ଥଣ୍ଡାରେ ଯଦି ଆପଣଙ୍କର ଗାଧୋଇବାକୁ ଇଚ୍ଛା ହେଉ ନାହିଁ, ତେବେ ଏଥିରେ କୌଣସି ସମସ୍ୟା ନାହିଁ। କାରଣ ସବୁଦିନ ନ ଗାଧୋଇଲେ ବି ମିଳିଥାଏ ଅନେକଗୁଡ଼ିଏ ଫାଇଦା।
ଚର୍ମର ନ୍ୟାଚୁରାଲ ମଏଶ୍ଚରାଇଜର ଅକ୍ଷୂର୍ଣ୍ଣ ରହିଥାଏ
ଆପଣ ୧୦ ମିନିଟ୍‌ରେ ଗାଧାନ୍ତୁ କି ୫ ମିନିଟ୍‌ରେ ଗାଧାନ୍ତୁ, ଗରମ ପାଣି ଚର୍ମର ମଏଶ୍ଚର ନଷ୍ଟ କରି ଦେଇଥାଏ। ପ୍ରତ୍ୟେକ ଦିନ ଏପରି ହେବା ଫଳରେ ପ୍ରାକୃତିକ ମଏଶ୍ଚର ନଷ୍ଟ ହେବାରେ ଲାଗେ, ଯାହା ଚର୍ମ ପାଇଁ ଠିକ୍‌ ନୁହେଁ। ଯଦି ପ୍ରତ୍ୟେକ ଦିନ ଗାଧୋଉ ନାହାନ୍ତି, ତେବେ ଚର୍ମର ମଏଶ୍ଚର ଲେବଲ ଅକ୍ଷୂର୍ଣ୍ଣ ରଖିବାରେ ସାହାଯ୍ୟ ମିଳିଥାଏ।
ଚର୍ମ ସମସ୍ୟା ହୁଏ ନାହିଁ
ଗରମ ପାଣି ଓ ସାବୁନର ବ୍ୟବହାର ଫଳରେ ହେଉଥିବା ଚର୍ମର ନ୍ୟାଚୁରାଲ ମଏଶ୍ଚରର ଅଭାବ ତ୍ବଚା ସହିତ ଜଡ଼ିତ ଅନେକ ସମସ୍ୟାର କାରଣ ପାଲଟି ପାରେ। ଏପରିସ୍ଥଳେ ଦୁଇ ତିନି ଦିନ ନ ଗାଧୋଇଲେ ଡ୍ରାଏନେସ୍‌ ଯୋଗୁ ହେଉଥିବା ଚର୍ମ ଜନିତ ସମସ୍ୟା ଦୂର ହୋଇଯିବ।
ଉତ୍ତମ ବ୍ୟାକ୍ଟେରିଆ
ଗାଧୋଇବାର ସବୁଠାରୁ ବଡ଼ ଫାଇଦା ହେଉଛି ଏହା ବ୍ୟାକ୍ଟେରିଆ ସୃଷ୍ଟି ହେବାକୁ ଦିଏ ନାହିଁ। କିନ୍ତୁ ଚର୍ମରେ ବ୍ୟାଡ୍‌ ଓ ଗୁଡ୍‌ ଦୁଇଟି ଯାକ ବ୍ୟାକ୍ଟେରିଆ ଥାଆନ୍ତି। ପ୍ରତ୍ୟେକ ଦିନ ଗାଧୋଇବା ଫଳରେ ବ୍ୟାଡ୍‌ ସହ ଗୁଡ୍‌ ବ୍ୟାକ୍ଟେରିଆ ମଧ୍ୟ ମରି ଯାଆନ୍ତି। ଯାହା ତ୍ବଚା ସହିତ ଜଡ଼ିତ ସମସ୍ୟାକୁ ଜନ୍ମ ଦେଇପାରେ। ତେଣୁ ଆପଣ ଚାହିଲେ ପ୍ରତ୍ୟେକ ଦିନ ଗାଧୋଇବାଠାରୁ ଦୂରେଇ ରହିପାରିବେ।
ଶୀତଦିନେ ଓ ଖରାଦିନେ ଗାଧୋଇବାରେ ରହିଛି ଅନ୍ତର
ଶୀତଦିନେ କମ୍‌ ଝାଳ ବହିଥାଏ। ଏଥିସହିତ ୱିଣ୍ଟର ୱିଅର ପିନ୍ଧିବା କାରଣରୁ ଚର୍ମକୁ ମଧ୍ୟ ଅନେକ ଲେୟାରର ପ୍ରୋଟେକ୍ସନ୍‌ ମିଳିଥାଏ। ଏହି କାରଣରୁ ଶୀତଦିନେ ଦୁଇରୁ ତିନି ଦିନ ନ ଗାଧୋଇଲେ ବି ଚର୍ମ ସଫା ରହିଥାଏ।
ଟାୱେଲ ବି କରେ ସ୍କିନ୍‌ ଡ୍ୟାମେଜ୍‌
ଟାୱେଲ୍‌ ଚର୍ମ ଉପରେ ଏକ ପ୍ରକାରର ସ୍କ୍ରବର ଭଳି କାମ କରିଥାଏ। ପ୍ରତ୍ୟେକ ଦିନ ଏଭଳି ସ୍କ୍ରବ୍‌ କରିବା ଫଳରେ ତ୍ବଚାର ଡ୍ରାଏନେସ୍‌ ସମସ୍ୟା ବଢ଼ିପାରେ। ଯାହା ରାସେସ୍‌ ଓ କୁଣ୍ଡାଇ ହେବା ସମସ୍ୟାର କାରଣ ପାଲଟିପାରେ।
ଲୋମଛିଦ୍ର ଓପନ୍‌ ହେବା ଆଶଙ୍କା
ଗରମ ପାଣି ବାମ୍ଫରେ ଚେହେରାର ଲୋମଛିଦ୍ରକୁ ଖୋଲିଯାଏ। ଫଳରେ ଏହି ବାଟ ଦେଇ ସହଜରେ ଧୂଳି ଓ ପ୍ରଦୂଷଣର କଣିକା ଜମା ହୋଇଯାଏ। ଏହା ବ୍ରଣ ଭଳି ଅନେକ ଗୁଡ଼ିଏ ଚର୍ମ ସମସ୍ୟା ସୃଷ୍ଟି କରିପାରେ। ଏପରିସ୍ଥଳେ ପ୍ରତ୍ୟେକ ଦିନ ନ ଗାଧୋଇଲେ ଏହି ସମସ୍ୟା ବହୁତ ମାତ୍ରାରେ କମ୍‌ ହୋଇପାରେ। ଆପଣ ପ୍ରତ୍ୟେକ ଦିନ ନ ଗାଧୋଇଲେ ବି ପ୍ରାଇଭେଟ୍‌ ପାର୍ଟ, ପାଦ ଓ ଚେହେରାକୁ ନିହାତି ଧୁଅନ୍ତୁ। ଏସବୁ ଅଂଶକୁ ଧୋଇବା ଲାଗି ଆପଣ ସାବୁନ ଓ ବଡି ୱାଶ୍‌ ସହିତ ହାଲୁକା ଗରମ ପାଣି ବ୍ୟବହାର କରିପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ