ଚିଲିକାରେ ଆରମ୍ଭ ହେଲା ପକ୍ଷୀଗଣନା

ଭୁବନେଶ୍ବର : ରବିବାରଠାରୁ ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀଗଣନା। ବାଲୁଗାଁ ବନଖଣ୍ଡ ଅଞ୍ଚଳର ୫ଟି ରେଞ୍ଜରେ ଏହି ଗଣନା ହେଉଛି। ଏଥିପାଇଁ ୧୦୦ରୁ ଅଧିକ ଗଣନାକାରୀଙ୍କୁ ନେଇ ୨୧ଟି ଟିମ୍ ଗଠନ କରାଯାଇଛି। ପକ୍ଷୀ ଗଣନା ପୂର୍ବରୁ ଶନିବାର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୨୧ଟି ଟିମ୍‌ର ୧୦୦ରୁ ଅଧିକ କର୍ମଚାରୀ ଯୋଗ ଦେଇଥିଲେ। ଚିଲିକାକୁ ସାଧାରଣତଃ ନାଇଜେରିଆ, ଆଫଗାନିସ୍ତାନ, ଶ୍ରୀଲଙ୍କା ଓ ପାକିସ୍ତାନ ଭଳି ୨୨ଟି ଦେଶରୁ ବିଦେଶୀ ପକ୍ଷୀ ଆସିଥା’ନ୍ତି। ଗତବର୍ଷ ୧୮୧ ପ୍ରଜାତିର ୧୦ଲକ୍ଷ ୪୭ହଜାର ୯୬୮ ବିଦେଶୀ ପକ୍ଷୀ ଆସିଥିଲେ। ଚଳିତ ବର୍ଷ ପାଗ ଅନୁକୂଳ ନଥିବାରୁ ପକ୍ଷୀ ସଂଖ୍ୟା ହ୍ରାସ ପାଇପାରେ ବୋଲି ପୂର୍ବାନୁମାନ କରାଯାଉଥିବା ବନ୍ୟପ୍ରାଣୀ ଗବେଷକ କହିଛନ୍ତି। ରବିବାର ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ