ମହୋତ୍ସବ ଲୋଗୋ ଉନ୍ମୋଚନ ବାଚସ୍ପତି ସୂର୍ଯ୍ୟନାରୟଣ ପାତ୍ର
ବ୍ରହ୍ମପୁର-(ଯୁଗାବ୍ଦନ୍ୟୁଜ) ରବିବାର ସର୍କିଟ ହାଉସରେ ୭ମ ବ୍ରହ୍ମପୁର ମହୋତ୍ସବ ଲୋଗୋକୁ ମହୋତ୍ସବ କମିଟିର ଉପଦେଷ୍ଟା ତଥା ବଚସ୍ପତି ସୂର୍ଯ୍ୟନାରୟଣ ପାତ୍ର ମହୋତ୍ସବର ଲୋଗୋ ଉନ୍ମୋଚନ କରିଛନ୍ତି ।ଏହି ଉତ୍ସବରେ କମିଟିର ସଭାପତି ନାରୟଣ ମହାକୁଡଙ୍କ ସମେତ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗଦେଇଥିଲେ । ସୂଚନାଥାଉକି ଜାନୁଆରୀ ୨୭ ତାରଖରୁ ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ୧୦ ଦିନ ବ୍ୟାପି ଏହି ମହୋତ୍ସବ ଖଲିକୋଟ ଷ୍ଟାଡିୟମ୍ ପରିସରେ ଅନୁଷ୍ଠିତ ହେବା । ଏଥିରେ ଗଞ୍ଜାମ ଲୋକକଳା ସହିତ ପ୍ରତିଦିନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ଓଡିଶାର ନାମୀଦାମୀ କଳାକାର ନିଜର କଳା ପ୍ରଦର୍ଶନ କରିବେ ।


