ରିଲାଏନ୍ସ କମ୍ୟୁନିକେଶନକୁ ୧୦୪ କୋଟି ଟଙ୍କା ଫେରାଇବେ କେନ୍ଦ୍ର ସରକାର- ସୁପ୍ରିମକୋର୍ଟ

ନୂଆଦିଲ୍ଲୀ- କେନ୍ଦ୍ର ସରକାର ଅନୀଲ ଅମ୍ବାନିକଙ୍କ କମ୍ପାନୀ ରିଲାଏନ୍ସ କମ୍ୟୁନିକେଶନକୁ ୧୦୪ କୋଟି ଟଙ୍କା ଫେରାଇବା ଲାଗି ସୁପ୍ରିମକୋର୍ଟ ବୁଧବାର କହିଛନ୍ତି । ଟେଲିକମ୍ ଡିସ୍ପ୍ୟୁଟ୍ସ ସେଟେଲମେଣ୍ଟ ଆଣ୍ଡ ଆପିଲେଟ୍ ଟ୍ରିବ୍ୟୁନାଲ(ଟିଡିସ୍ୟାଟ୍) ପୂର୍ବରୁ ଦେଇଥିବା ରାୟ ବିରୋଧରେ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଜଷ୍ଟିସ ରୋହିଙ୍ଗଟନ ନରୀମନଙ୍କ ଅଧ୍ୟକ୍ଷତାରେ ୨ ଜଣିଆ ଖଣ୍ଡପୀଠ ଏହି ପିଟିଶନକୁ ଖାରଜ କରିଦେଇଛନ୍ତି । ରିଲାଏନ୍ସ କମ୍ୟୁନିକେଶନର ଏହି ଟଙ୍କା ବ୍ୟାଙ୍କ ଗ୍ୟାରେଣ୍ଟି ହିସାବରେ କେନ୍ଦ୍ର ସରକାରଙ୍କ ପାଖରେ ଜମା ହୋଇଛି। ଟଙ୍କା ଫେରାଇବା ଲାଗି କମ୍ପାନୀ ପକ୍ଷରୁ ହୋଇଥିବା ଏକ ଆବେଦନ ଉପରେ ଟେଲିକମ୍ ଡିସ୍ପ୍ୟୁଟ୍ସ ସେଟେଲମେଣ୍ଟ ଆଣ୍ଡ ଆପିଲେଟ୍ ଟ୍ରିବ୍ୟୁନାଲ(ଟିଡିସ୍ୟାଟ୍) ବିଚାର କରି ୨୦୧୮ ଡିସେମ୍ବର ୨୧ରେ ଅନୀଲ ଅମ୍ବାନୀଙ୍କ ପକ୍ଷରେ ରାୟ ଦେଇଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ