ଚାଷୀଘରର ପୁଅ ପାଇଲେ ଓଏଏସ

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍‌) : ନିଷ୍ଠା ଓ ଏକଗ୍ରତା ରହିଲେ ସଫଳତା ନିଶ୍ଚୟ ମିଳିଥାଏ ବୋଲି ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଅପୁର୍ବ ଆୟଚ ମତବ୍ୟକ୍ତ କରିଛନ୍ତି । ଜଣେ ଚାଷୀ ଘରର ପୁଅ ହୋଇ ବିନା ପ୍ରଶିକ୍ଷଣରେ ପ୍ରଥମ ପ୍ରୟାସରେ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ଅର୍ଜନକରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତିି । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବେରୁଣପଦି ଗ୍ରାମର ଶୁଭେନ୍ଦ୍ର କୁମାର ଆୟଚଙ୍କ ପୁଅ ଅପୁର୍ବ ଆୟଚ ବିନା ପ୍ରଶିକ୍ଷଣରେ ଘରେ କଠିନ ପରିଶ୍ରମ କରି ପ୍ରଥମ ପ୍ରୟାସରେ ଓଏଏସ ପରୀକ୍ଷାଦେଇ ୧୦୩ତମ ସ୍ଥାନରେ ରହି ସଫଳତା ଅର୍ଜନ କରିପାରିଛନ୍ତି । ଅପୁର୍ବଙ୍କ ବାପା ଶୁଭେନ୍ଦ୍ର ଜଣେ ଚାଷୀମା ମନୋରମା ଆୟଚ ଜଣେ ଗୃହିଣୀ । ବାପା ଚାଷବାସରୁ ଯାହା ରୋଜଗାର କରନ୍ତି ସେଇଥିରେ ସେ ନିଜ ପରିବାର ଚେଇବା ସହ ବଡଝିଅକୁ ସଫ୍ଟଓୟାର ଇଞ୍ଜିନିୟର କରାଇ ପାରିଥିବାବେଳେ ବଡପୁଅକୁ ମଧ୍ୟ ଇଞ୍ଜିନିୟର କରିପାରିଛନ୍ତି । ସାନପୁଅ ଅପୁର୍ବ ଶିବାନନ୍ଦ ଶତବାର୍ଷିକ ବିଦ୍ୟାଳୟରେ ଶିକ୍ଷାଲାଭ ପରେ ଷ୍ଟୁଆଟ ସାଇନସ କଲେଜରେ ଯୁକ୍ତ୨ ବିଜ୍ଞାନ ଓ ପରେ ସିଭିରମଣ କଲେଜ ଅଫ ଇଞ୍ଜିନିୟରିଂରେ ଗ୍ରାଜୁଏସନ ସମାପ୍ତ କରି ଟାଟା ଗ୍ରୁପର ଭୋଲଟାରେ ସିନିୟର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ । ମାତ୍ର ବାପା, ମା, ଜେଜେମାଙ୍କ ପ୍ରେରଣା,ଭାଇ ଭଉଣୀଙ୍କ ପ୍ରୋତ୍ସାହନ ଯୋଗୁଁ ସେ ଚାକିରିଛାଡି ଘରେ ଦୁଇବର୍ଷ ହେଲା ରହି ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ । ଏପରିକି ଘରେ ରହିବା ଭିତରେ ବାଡିରେ ଚାଷବାଷ କରିବାରେ ବାପାଙ୍କୁ ସହାୟତା କରିବା ସହିତ ଘରକାର୍ଯ୍ୟ ମଧ୍ୟ କରୁଥିଲେ । ସେ ଯେତିକି ସମୟ ପଢ଼ୁଥିଲେ ନିଷ୍ଠାର ସହ ଅଧ୍ୟୟନ କରୁଥିଲେ ବୋଲି କହିଛନ୍ତି । ସେ ଗ୍ରାମୀଣ ବିକାଶ, ମହିଳା ସଶକ୍ତି କରଣ, କୃଷି ବିଭାଗରେ କାମ କରିବାକୁ ଆଗ୍ରହୀ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ