ତାଲିମ ପରେ ମିଳୁନି ପ୍ରାପ୍ୟ ବ୍ଳକ ସମ୍ମୁଖରେ ରାଜମସ୍ତ୍ରୀମାନଙ୍କର ଉତେଜନା

ନାଉଗାଁ,: ରାଜ୍ୟ ସରକାରଙ୍କ ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଚିଠି ନଂ ୧୯୧୨୩/ ତା ୨୪ ଅକ୍ଟୋବର ୨୦୧୯ରେ ସମସ୍ତ ଜିଲ୍ଲାର ରାଜମସ୍ତ୍ରୀମାନଙ୍କୁ ୪୫ ଦିନିଆ ତାଲିମ ପ୍ରଦାନ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଆସିଥିଲା । ରାଜମିସ୍ତ୍ରୀମାନେ ତାଲିମ ନେବା ପରେ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ଆବାସ ଯୋଜନା ନିର୍ମାଣ କରିବେ । ଉକ୍ତ ନିର୍ଦ୍ଦେଶ ଅନୁସାରେ ଏହି ତାଲିମ ଓରମାସ ଆନୁକୂଲ୍ୟରେ ପ୍ରଦାନ କରାଯିବ । ଉକ୍ତ ନିର୍ଦ୍ଦେଶକୁ ଭିତିକରି ନାଉଗାଁ ବ୍ଳକରେ ଗତ ୨୮ ନଭେମ୍ବର ଠାରୁ ବ୍ଳକ କାର୍ଯ୍ୟାଳୟ ପରିସରରେ ତାଲିମ ପ୍ରଦାନ କରାଯାଇଥିଲା । ମାତ୍ର ୧୦ ଦିନ ଥିଓରି ତାଲିମ ପ୍ରଦାନ କରାଯିବା ପରେ ଆଜି ପର୍ଯ୍ୟନ୍ତ ପ୍ରକ୍ଟିକାଲ କରାଯାଇନାହିଁ । ଏହି ତାଲିମ ଶିବିରରେ ପ୍ରତ୍ୟେହ ୩୦ ଜଣ ତାଲିମ ନେଇଥିବା ବେଳେ ସେମାନଙ୍କୁ ନିର୍ଦ୍ଦେଶ ଅନୁସାରେ ରାଜମିସ୍ତ୍ରୀ କିଟ ପ୍ରଦାନ କରାଯିବା । ଏପରିକି ଉକ୍ତ ରାଜମିସ୍ତ୍ରୀମାନେ ତାଲିମ ନେଉଥିବାରୁ ସେମାନଙ୍କର ମଜୁରୀ ହରାଉଛନ୍ତି । ତେଣୁ ସେମାନଙ୍କୁ ବ୍ଳକ ତରଫରୁ ପ୍ରତ୍ୟେକ ଦିନ ୩ ଶହ ୨୦ଟଙ୍କା ଓ ତାଲିମ ପ୍ରଦାନ କରୁଥିବା ସଂସ୍ଥା ତରଫରୁ ଖାଦ୍ୟ ବାବଦକୁ ୧ ଶହ ଟଙ୍କା ପ୍ରଦାନ କରିବାର ନିର୍ଦ୍ଦେଶ ରହିଛି । କିନ୍ତୁ ତାଲିମ ପ୍ରଦାନ କରୁଥିବା ସଂସ୍ଥା ଆଜି ପର୍ଯ୍ୟନ୍ତ କିଟ ପ୍ରଦାନ କରି ନଥିବା ବେଳେ ତାଲିମ ପାଇଁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇନାହିଁ । ଫଳରେ ତାଲିମ ନେଉଥିବା ରାଜମିସ୍ତ୍ରୀମାନେ ବ୍ଳକ ପରିସରକୁ ଆସି ଆର୍ଥିକ ସହୟତା ଓ କିଟ ପାଇଁ ଦାବି କରିଥିଲେ । ଏ ବିଷୟରେ ତାଲିମ ଦେଉଥିବା ସଂସ୍ଥାର ଜିଲ୍ଲା ସଂଯୋଜକ ବିଶ୍ୱନାଥ ସାହୁଙ୍କୁ ପଚାରିବାରୁ କିଟ୍ସ ଆସି ରହିଛି ଆଜି ସେମାନଙ୍କୁ ପ୍ରଦାନ କରାଯିବ । ଖାଦ୍ୟ ବାବଦକୁ ଯଥା ଶୀଘ୍ର ଆମେ ପ୍ରତ୍ୟେହ ୧ଶହ ଟଙ୍କା ଲେଖାଁଏ ପ୍ରଦାନ କରିବୁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କାର୍ଯ୍ୟ କରାଗଲେ ତାଙ୍କୁ ବ୍ଳକ ପ୍ରଶାସନ ପକ୍ଷରୁ ଆର୍ôଥକ ପ୍ରୋତ୍ସାହନ ପ୍ରଦାନ କରାଯିବ ବୋଲି କହିଥିଲେ । ଏ ସଂର୍ପକରେ ବିଡିଓଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ