ଭୋଟର ସଚେତନତା କାର୍ଯ୍ୟକ୍ରମ 

ନାଉଗାଁ(ଯୁଗାବ୍ଦ ନ୍ୟୁଜ):ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ନାଉଗାଁ ବ୍ଲକ ଅନ୍ତର୍ଗତ କଂଟୁଣିଆହାଟରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଲା ପରିବେଷଣ କରାଯାଇ ଭୋଟରଙ୍କୁ ସଚେତନ କରାଯାଇଥିଲା । ଭୋଟଦାନର ଅଧିକାର,ଭୋଟର ଦେବା ପାଇଁ ଆବଶ୍ୟକ ପ୍ରମାଣ ପତ୍ର ଓ ଭୋଟିଂମେସିନର ବ୍ୟବହାର ସଂର୍ପକରେ ପାଲା ଗାୟକ ଭୋଟରଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ଅଶିକ୍ଷିତ ଭୋଟରମାନେ ସଚେତନ ହୋଇ ଠିକ୍ ଭାବେ ଭୋଟଦାନ କରିପାରିବେ ବୋଲି କୁହାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜନମଙ୍ଗଳ ସଂପ୍ରାସରଣ ଅଧିକାରୀ ଦେବାଶିଷ ସ୍ୱାଇଁ,ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ପବିତ୍ର କୁମାର କର,ଡିଇଓ ପ୍ରସନ୍ନଜିତ ନାୟକ,ଜିଆରଏସ ଜଗନ୍ନାଥ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ୧୧ ତାରିଖରେ ଡେରିକି ଓ ୧୨ ତାରିଖରେ ନାଉଗାଁହାଟରେ ୪ଟା ସମୟରେ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ