ମେଡିକାଲ ପରୀକ୍ଷା ମେ’ ୫ରେ

ମେ’ ୫ରେ ମେଡିକାଲ ଓ ଡେଣ୍ଟାଲ କଲେଜ୍‌ରେ ଉଦ୍ଦିଷ୍ଟ ନେଟ୍‌ (ନ୍ୟାସନାଲ ଏଲିଜିବିଲିଟି ଟେଷ୍ଟ) ପରୀକ୍ଷା ହେବ। ନଭେମ୍ବର ୧, ୨୦୧୮ରୁ ୩୦, ୨୦୧୮ ପର‌୍ୟ୍ୟନ୍ତ ଏହି ପରୀକ୍ଷା ଦେବା ପାଇଁ ଆବେଦନ କରାଯାଇଥିଲା। ଏନେଇ ଏପ୍ରିଲ୍‌ ୧୫ରେ ଆଡମିଟ୍‌ କାର୍ଡ ପାଇପାରିବେ ବିଦ୍ୟାର୍ଥୀ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ୱେବ୍‌ସାଇଟ୍‌ରୁ ଛାତ୍ରଛାତ୍ରୀ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ କରିପାରିବେ।

୧୫୪ଟି ସହରରେ ଏହି ପରୀକ୍ଷା କରାଯିବ। ଅପରାହ୍‌ଣ ୨ଟାରୁ ୫ଟା ଯାଏଁ ଅଫଲାଇନ୍ରେ ଏହି ପରୀକ୍ଷା ହେବ। ପରୀକ୍ଷାରେ ଉର୍ତ୍ତିର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଦେଶର ମେଡିକାଲ ଓ ଡେଣ୍ଟାଲ କଲେଜ୍‌ରେ ଥିବା ମୋଟ୍‌ ୯୩ ହଜାର ୯୧୯ ସିଟ୍‌ରେ ନାମ ଲେଖାଇ ପାରିବେ।
ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଜୀବ ବିଜ୍ଞାନ ବିଷୟରେ ଏହି ପରୀକ୍ଷା କରାଯିବ।

ଏମ୍‌ବିବିଏସ୍‌ରେ ୬୬,୭୭୧ ଓ ବିଡିଏସ୍‌ରେ ୨୭,୧୪୮ଟି ସିଟ୍‌ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ