ବଢିଲା ସେନସେକ୍ସ ପଏଣ୍ଟ୍‌

ମୁମ୍ବାଇ : ଭାରତୀୟ ସେୟାର ବଜାରରେ ସେନସେକ୍ସ ପଏଣ୍ଟ୍‌ ବଢିଛି। ଯାହା ଫଳରେ ଗୁରୁବାର ନିବେଶକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଦୁଇଦିନ ଧରି ତଳୁଆ ରହିଥିବା ସେୟାର ବଜାର ଆଜି ଉପରକୁ ଉଠିଛି । ପ୍ରଥମ ଘଣ୍ଟାର ଟ୍ରେଡିଂରେ ସେୟାର ବଜାର ୪୦୦ ପଏଣ୍ଟ ଉପରକୁ ଉଠିଛି । ୪୩୭.୯୩ ପଏଣ୍ଟର ଅଭିବୃଦ୍ଧି ସହିତ ସେନସେକ୍ସ ୪୧୨୬୩ ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀ ୧୩୨ ପଏଣ୍ଟର ଅଭିବୃଦ୍ଧି ସହିତ ୧୨୧୫୯ ପଏଣ୍ଟରେ ରହିଛି । ନିଫ୍‌ଟୀ ୫୦ ଏହି ସମୟରେ ୧.୧୨ ପ୍ରତିଶତର ଅଭିବୃଦ୍ଧି ସହିତ ୯୯୦୧ ପଏଣ୍ଟରେ ପହଞ୍ଚିଛି । ସର୍ବାଧିକ ଲାଭ ହାସଲକାରୀ କମ୍ପାନୀ ତାଲିକାରେ ରହିଛି ୟେସ୍‌ ବ୍ୟାଙ୍କ । ୟେସ୍‌ ବ୍ୟାଙ୍କର ଅଂଶଧନ ମୂଲ୍ୟରେ ୪.୦୧ ପ୍ରତିଶତର ଅଭିବୃଦ୍ଧି ଘଟିଛି । ଉଲ୍ଲେଖଯୋଗ୍ୟ ଯେ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ପରସ୍ଥିତି ସୃଷ୍ଟି ହେବା କାରଣରୁ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଘଟି ସେୟାର ବଜାର ତଳୁଆ ରହିଥିଲା । ଇରାନର ମିସାଇଲ ଆକ୍ରମଣ ପରେ ପରିସ୍ଥିତି ଆହୁରି ଗୋଳମାଳିଆ ହେବା ନେଇ ଆଶଙ୍କା ପ୍ରକାଶ ପାଇଥିଲା । ମାତ୍ର ବୁଧବାର ରାତିରେ ଟ୍ରମ୍ପ ସରକାର ଶାନ୍ତି ପ୍ରସ୍ତାବ ଦେବା ପରେ ଏହା ନିବେଶକଙ୍କ ପାଇଁ ଆଶ୍ବସ୍ତିର ବିଷୟ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ