ଗୁମ୍ମା ଦେବଗିରି ମହୋଉତ୍ସଵ ଉଦ୍ଘାଟିତ
ଗୁମ୍ମା -(ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ପାରିସରରେ ଗଜପତି ଉତ୍ସାବ ଆନୁକୂଲ୍ୟରେ ଆଜି ଠାରୁ ୨ ଦିନିଆ ବ୍ଲକ ସ୍ତରୀୟ ଦେବଗିରି ଉତ୍ସବ ଉଦଘାଟିତ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ ସଭାପତିତ୍ୱ ଅନୁଷ୍ଠିତ କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକାରୀ ସୀତାରାମ ଶତପଥୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପରିଷଦ ସଭ୍ୟ ହିମାଂଶୁ କୁମାର ଲିମା ଏବଂ ସମାନିୟ ଅତିଥି ବିଡ଼ିଓ ନଟବର ଗରଡ଼, ଉପାଧ୍ୟକ୍ଷ ଗୀତାଞ୍ଜଳି ଭୂୟାଁ, ଜିଲ୍ଲା ପରିଷଦ ସଭ୍ୟା ପ୍ରେମିକା ରଇତ,ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ମାଝୀ,ସିଡିପିଓ ଅନିତରାଣୀ ପଟ୍ଟନାୟକ ଉପସ୍ଥିତ ରହି ଆଜି ଗଜପତି ଉତ୍ସବ ଟିକୁ ନୂତନ ଭାବେ ଆମ ଗୁମା ବ୍ଲକ ର ଉଚ୍ଚତମ ପର୍ବତ ଦେବଗିରି ପର୍ବତ ନାମ ରେ ନାମିତ କରାଯାଇଥିଲା। ଆମ ଗୁମ୍ମା ବ୍ଲକ ଲୁକାୟତ ପ୍ରତିଭା କୁ ଲୋକଲୋଚନ ଆଣିବା ଏହା ଏକ ପ୍ଲାଟଫୋର୍ମ ବୋଲି କହିଥିଲେ ।ଅତିଥି ମାନଙ୍କୁ ପ୍ରଥମେ ତୁମୁଲ ପଂଚାୟତ ର ରୁଙ୍ଗୁରୁବା ଗ୍ରାମ ର ଲାଞ୍ଜିଆ ସୌର ନାଚ ରେ ସ୍ୱାଗତ କରି ପାଛୋଟି ନେଇଥିଲେ। ତାପରେ ଷ୍ଟଲ ଗୁଡିକ ପରିଦର୍ଶନ କରି ଏକ ସଭା ଅନୁଷ୍ଠିତ ହୋଇଥିଲା। ତାପରେ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ସାଂସୃତିକ କାର୍ୟ୍ୟକ୍ରମ ପରିଦର୍ଶନ କରାଯାଇଥିଲା ଆଜିର ମଞ୍ଚ କ।ର୍ଯ୍ୟକ୍ରମକୁ ରମାକାନ୍ତ ପଟ୍ଟନାୟକ ଓ ସସ୍ମିତା ବେହେରା ପରିଚାଳନା କରିଥିବାବେଳେ ବ୍ଲକ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ଉକ୍ତ କାର୍ୟ୍ୟକ୍ରମ ରେ ୨୦ଟି ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ସଭ୍ୟା ସହ ଜନସାଧାରଣ ଉପସ୍ଥିତ ରହି କାର୍ୟ୍ୟକ୍ରମ ଉପଭୋଗ କରିଥିଲେ ଆଜି କାର୍ୟ୍ୟକ୍ରମ କୁ ଶାନ୍ତି ଶୃଙ୍ଖଳା ସେରଙ୍ଗ ଥାନା ଅଧିକାରୀ ପି ସ୍ୱରୂପ କିଷାନ ଓ ତାଙ୍କ ଷ୍ଟାଫ ରକ୍ଷା କରିଥିଲେ