ଅବ୍‌କୀ ବାର୍‌ ସୁଟ୍‌ବୁଟ୍‌ର ବଜେଟ୍‌ : ରାହୁଲ

ନୂଆଦିଲ୍ଲୀ : ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣ ବଜେଟ୍‌ ଚଳିତଥର ଉପସ୍ଥାପନ କରାଯିବ। ମୋଦି ସରକାରଙ୍କ ତରଫରୁ ଏନେଇ ଲଗାତାର ବୈଠକ ଜାରି ରହିଥିବାବେଳେ ବିରୋଧୀ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। କଂଗ୍ରେସ ନେତା ରାହୁଲ୍‌ ଗାନ୍ଧି ଚଳିତ ବଜେଟ୍‌କୁ ସୁଟ୍‌ବୁଟ୍‌ ବଜେଟ୍‌ କହିଛନ୍ତି । ଏହା ସହିତ ରାହୁଲ୍‌ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କେବଳ ତାଙ୍କ କିଛି ହାତଗଣତି ସାଙ୍ଗଙ୍କ ମିଶି କରି ଏହି ବଜେଟ୍‌କୁ ପ୍ରସ୍ତୁତ କରୁଛନ୍ତି।
କଂଗ୍ରେସ ନେତା ରାହୁଲ୍‌ ଟୁଇଟ୍‌ କରି କହିଛନ୍ତି ଯେ, ମୋଦି ଏହି ବଜେଟ୍‌ ପାଇଁ ତାଙ୍କର କିଛି ବନ୍ଧୁ ତଥା ଅମୀର ବନ୍ଧୁଙ୍କ ଚର୍ଚ୍ଚା କରୁଛନ୍ତି। ଦେଶର ଚାଷୀ, ଯୁବକ, ମହିଳାଙ୍କ ରାୟ ନେବାକୁ ପ୍ରଧାନମନ୍ତ୍ରୀଙ୍କର କୌଣସି ଇଚ୍ଛା ନାହିଁ। ରାହୁଲ୍‌ ହ୍ୟାଜ୍‌ଟ୍ୟାଗ୍‌ସୁଟ୍‌ବୁଟ୍‌ବଜେଟ୍‌ ବୋଲି ଟୁଇଟ୍‌ କରିଛନ୍ତି । ସୂଚନାଯୋଗ୍ୟ, ଫେବୃଆରୀ ୧ ତାରିଖରେ ମୋଦି ସରକାର ୨.୦ର ପ୍ରଥମ ବଜେଟ୍‌ ପ୍ରସ୍ତୁତ ହେବ । ଚଳିତ ଥର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣ ବଜେଟ୍‌ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ