କାଦବରାଙ୍ଗରେ କଂଗ୍ରେସର ନିର୍ବାଚନୀ ପ୍ରଚାର
ବନ୍ତ,(ଯୁଗାଦ୍ଧ ନିଜ୍ୟୁ) : ଗୁରବାର ସନ୍ଧ୍ୟାରେ ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତ ବନ୍ତଳା ଠାରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ନିର୍ବାଚନୀ ପ୍ରଚାର ସାଙ୍ଗକୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଂଗ୍ରେସ ସଭାପତି ରାଜ କିଶୋର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପିସିସି ମୁଖପାତ୍ର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବରିଷ୍ଠ ଶିକ୍ଷାବିତ୍ ଡଃ.ବଦ୍ରୀନାଥ ପଟ୍ଟନାୟକ, ପିସିସି ସାଧାରଣ ସଂପାଦକ ଉଦୟ ନାରାୟଣ ନନ୍ଦ, ପ୍ରେମାନନ୍ଦ ନାୟକ, ଜିଲା ଯୁବ କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ କୁମାର ଦାସ, ପଞ୍ଚାୟତ ସଭାପତି କିଶୋର କୁମାର ରାଉତ ପ୍ରମୁଖ ଯୋଗ ଦେଇ ଭଦ୍ରକ ଲୋକସଭା ପ୍ରାର୍ଥିନୀ ମଧୁମିତା ସେଠୀ ଓ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଚଳିତ ସାଧାରଣ ନିର୍ବାଚନରେ ନିର୍ବାଚିତ କରିବାକୁ ନିବେଦନ କରିଥିଲେ । ଏହି ଅବସରରେ ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ଜେନା, ପୂର୍ବତନ ସମିତି ସଭ୍ୟ କାର୍ତ୍ତିକ ପ୍ରଧାନ, ସମାଜସେବୀ ରାମେଶ୍ୱର ଭାରତୀଙ୍କ ନେତୃତ୍ୱରେ ଶତାଧିକ କର୍ମୀ କଂଗ୍ରେସରେ ଯୋଗ ଦେଇଥିବାର ଦେଖାଯାଇଥିଲା ।


