ଡକାୟତି ଉଦ୍ୟମ ପଣ୍ଡ,୫ ଗିରଫ ୧ ଫେରାର

ଗାଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): ଗାଙ୍ଗପୁର ପୋଲିସକୁ ମିଳିଛି ସଫଳତା । ବଡଧରଣର ଡକାୟତି ଉଦ୍ୟମ କରୁଥିବା ବେଳେ ୫ ଜଣ ଡକାୟତକୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିବା ବେଳେ ଜଣେ ଡକାୟତି ଘଟଣା ସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଡକାୟତି ଦଳ ବଡ ଧରଣର କୈାଣସି ଏକ ଡକାୟତି ଉଦ୍ୟମ ଯୋଜନା କରୁଥିବା ବେଳେ ଗାଙ୍ଗପୁର ଥାନା ପୋଲିସ ପ୍ରମୋଦ ବେହେରା ସମେତ ପୋଲିସ ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ ସୋମନାଥ ପଲ୍ଲୀ ରାସ୍ତାକଡରେ ଦୁଇଟି ମୋଟର ସାଇକେଲକୁ ଦେଖିଥିଲେ । ଏହା ପରେ ପୋଲିସର ସଂନ୍ଦେହ ଘେରକୁ ଆସିଥିଲା । ଏହା ପରେ ପୋଲିସ ଘଟଣା ସ୍ଥଳରେ ଅତର୍କିତ ଚଢାଉ କରିଥିବା ବେଳେ ପୋଲିସ ଡକାୟତି ମାନଙ୍କୁ ଧରିବାରେ ସଫଳ ହୋଇଥିଲା । ଗିରଫ କରିବା ସହ ପୋଲିସ ସେମାନଙ୍କ ଠାରୁ ୪ ଟି ଅଫୁଟା ବୋମା,ଖଣ୍ଡାଭୁଜାଲି ଓ ଦୁଇଟି ମୋଟରସାଇକଲ ଜବତ କରିଛି । ଗିରଫ ହୋଇଥିବା ବ୍ୟକ୍ତି ମାନଙ୍କର ପରିଚୟ ଭଞ୍ଜନଗର ଥାନା ବାଉଁଶ ଲୁଣ୍ଡି ଗ୍ରାମର ବଳରାମ ନାଇକ ଓରଫ ବଳିଆ (୨୦),ବାଉଁଶ ଲୁଣ୍ଡି ର ତୋଫାନ ସେଠୀ(୧୯),ଗାଙ୍ଗପୁର ଥାନା ଷଢ଼ଙ୍ଗିପଲ୍ଲୀର ଜଗା ନାୟକ(୨୮),ଧରାକୋଟ୍ ଥାନା ଢ଼ଉଗାଁର ମୁକେଶ ପାଢ଼ୀ ଓରଫ କାଳିଆ(୨୫),ଭଞ୍ଜନଗର ର ଏମ୍.ଡି ଇମ୍ରାନ୍ ଏମୋ (୨୮) ବୋଲି ଜଣାପଡିଛି । ଏମାନେ ଗୋଟିଏ ରାତିରେ ତିନୋଟି ସ୍ଥାନରେ ଡକାୟତି ଯୋଜନା କରିଥିବା ଜେରାବେଳେ ପ୍ରକାଶ କରିଥିବା ପୋଲିସ କହିଛି ।ଏନେଇ ଗାଙ୍ଗପୁର ଥାନା କେସ ନଂ ୫/୨୦ରେ ଏକ ଡକାୟତି ମାମଲା ରୁଜୁ କରାଯାଇ ଏସ୍.ଆଇ ଅଜିତ କୁମାର ପରିଡା ମାମଲାର ତଦନ୍ତ ଭାର ନେଇଥିବା ଥାନାଧିକାରୀ ଧିରେଶ କୁମାର ଦାସ ପ୍ରକାଶ କରିଛନ୍ତି ।ଏଥିସହ କି ଏମ୍ ଡି ଇମ୍ରାନ୍ ନାମରେ ପୁର୍ବରୁ ଭଞ୍ଜନଗର ଥାନାରେ ବୋମ୍ବାଡିଙ୍ଗ୍ ମାମଲା ରହିଥିବା ବେଳେ ବଳରାମ ନାମରେ ମଧ୍ୟ ପୁର୍ବରୁ ବିଭିନ୍ନ ମାମଲା ରହିଥିବା ଆଇଆଇସି ଶ୍ରୀ ଦାସ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ