ଅନ୍ତଃଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ମୋହନାକୁ ଭେଟିବ ଗୁମ୍ମା ସିକ୍ସ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ଷ୍ଟାଡିୟମ ପରିସରରେ ଛତ୍ରପୁର ସନରାଇଜ ୍ସ୍ପୋଟର୍ସ କ୍ଲବ ପକ୍ଷରୁ ‘କୁନା ଭାଇ’ ମିମୋରିଆଲ୍ ଅନ୍ତଃଜିଲ୍ଲା ଭିଲବଲ୍ ଟୁର୍ନାମେଂଟର ନବମ ଦିବସରେ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଗୋଳାବନ୍ଧ ସିକ୍ସ୍ ୩-୨ ସେଟ୍ରେ ହରାଇ ଗୁମ୍ମା ସିକ୍ସ ଫାଇନାଲକୁ ପ୍ରବେଶ କରିଛି । ଆସନ୍ତା ୧୨ ତାରିଖ ଟୁର୍ନାମେଣ୍ଟର ଅନ୍ତିମ ଦିବସରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ସେଣ୍ଟ ପିଟରସ୍ ମୋହନା ସହ ଗୁମ୍ମା ସିକ୍ସ ଭେିଟବ । ଗୋପିନାଥ ନାୟକ ଓ ନରେଶ ଦୋରା ରେଫରୀ ଏବଂ ଲାଇନ୍ମ୍ୟାନ୍ ଭାବେ ରାଜେଶ, ରବି ଦାସ ପରିଚାଳନା କରିଥିଲେ । ଆଜିର ମ୍ୟାଚରେ ଅତିଥି ଭାବେ ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ୍ ଓ ଗଞ୍ଜାମ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର କୁମାର ଭତ୍ରା ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସନରାଇଜ ସ୍ପୋଟର୍ସ କ୍ଲବର ଉପଦେଷ୍ଟା ପୂର୍ଣ୍ଣ ଚନ୍ଦ୍ର ବେହେରା, ସଂପାଦକ ରଜନୀକାନ୍ତ ପଟ୍ଟନାୟକ, ଉପସଭାପତି ସମୀର ପଟ୍ଟନାୟକ, ପି.ଚନ୍ଦ୍ର ଶେଖର(ଅନୀଲ) ଏବଂ ଅନ୍ୟାନ୍ୟ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।