ମଣିପାଲ ଏକାଡେମୀ ଏନ୍ଆଇଆର୍ଏଫ୍ ର‌୍ୟାଙ୍କି୍ଙ୍ଗ୍ରେ ଶ୍ରେଷ୍ଠ ୧୦ ସ୍ଥାନ ହାସଲ କଲା

ମଣିପାଲ ଏକାଡେମୀ ଅଫ୍ ହାୟର ଏଜୁକେସନ୍(ଏମ୍ଏଏଚ୍ଇ) ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍ ୱାର୍କ-୨୦୧୯(ଏନ୍ଆଇଆର୍ଏଫ୍)ରେ ଶ୍ରେଷ୍ଠ ୧୦ ସ୍ଥାନରେ ରହିଛି । ଏହାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆଦିଲ୍ଲୀର ବିଜ୍ଞାନଭବନଠାରେ ସୋମବାର ଉନ୍ମୋଚନ କରିଛନ୍ତି । ବିଭିନ୍ନ ପାଠ୍ୟକ୍ରମ ଆଧାରରେ ମଣିପାଳ ଏହି ର‌୍ୟାଙ୍କିଙ୍ଗ୍ରେ ସ୍ଥାନ ହାସଲ କରିବାକୁ ସକ୍ଷମ ହୋଇଛି । ଏହି ର‌୍ୟାଙ୍କିଙ୍ଗ୍ ମାନବ ସମ୍ବଳ ମନ୍ତ୍ରଣାଳୟ ଦ୍ୱାରା ସମ୍ପନ୍ନ ହୋଇଛି । ୨୦୧୮ ତୁଳନାରେ ଚଳିତ ବର୍ଷ ମଣିପାଳ ଏକାଡେମୀର ର‌୍ୟାଙ୍କିଙ୍ଗରେ ବୃଦ୍ଧି ହୋଇଛି ।

୨୦୧୮ରେ ଏହା ୧୧ ତମ ସ୍ଥାନ ହାସଲ କରିଥିବାବେଳେ ଚଳିତ ବର୍ଷ ୭ମ ସ୍ଥାନ ହାସଲ କରିବାକୁ ସକ୍ଷମ ହୋଇଛି ।

ଏହି ଅବସରରେ ମଣିପାଲ ଏକାଡେମୀ ଅଫ ହାୟର ଏଜୁକେସନ୍ର ଭାଇସ୍ ଚାନ୍ସଲର୍ ଡଃ. ଏଚ୍.ବିନୋଦ ଭଟ୍ଟ କହିଲେ, “ଏନ୍ଆଇଆର୍ଏଫ୍-୨୦୧୯ ର‌୍ୟାଙ୍କିଙ୍ଗ୍ ନେଇ ମୁଁ ବେଶ୍ ଆନନ୍ଦିତ । ଏଥିରେ ମଣିପାଳ ଏକାଡେମୀ ଶ୍ରେଷ୍ଠ ୧୦ ସ୍ଥାନରେ ରହିଛି । ଏଥିରୁ ଜଣାପଡ଼ୁଛି ଯେ ଏକାଡେମୀ ପ୍ରତି ଗତବର୍ଷ ତୁଳାନରେ ଅଗ୍ରଗତି କରିବା ଜାରି ରଖିଛି । ଓଭର ଅଲ୍ ର‌୍ୟାଙ୍କିଙ୍ଗରେ ଏକାଡେମୀ ୧୮ତମ ସ୍ଥାନରୁ ୧୬ ତମ ସ୍ଥାନରେ ପହଂଚିଛି ।”

ଏନ୍ଆଇଆର୍ଏଫ୍ ର‌୍ୟାଙ୍କିଙ୍ଗ୍ ଟିଚିଂ, ଲର୍ଣ୍ଣିଂ ଏବଂ ରିସୋର୍ସ, ରିସର୍ଚ୍ଚ ଏବଂ ପ୍ରଫେସନାଲ୍ ପ୍ରାକ୍ଟିସ୍, ଗ୍ରାଜୁଏସନ୍ ଆଉଟ୍କମ୍, ଆଉଟ୍ରିଚ୍ ଏବଂ ଇନକ୍ଲୁସିଭ୍ ଏବଂ ପ୍ରିସେପସନ୍ ଆଧାରରେ ସମ୍ପନ୍ନ ହୋଇଛି ।

ଗତବର୍ଷ ମଣିପାଳ ବିଶ୍ୱବିଦ୍ୟାଳୟର କସ୍ତୁରବା ମେଡିକାଲ୍ କଲେଜ ଭାରତରେ ୭ ସ୍ଥାନରେ ରହିଥିଲା । ସେହିପରି ମାଙ୍ଗାରୁଲ୍ ମେଡିକାଲ କଲେଜ ୧୬ ତମ ସ୍ତାନରେ ରହିଥିଲା । ମଣିପାଲ ଫାର୍ମାସ୍ୟୁଟିକାଲ ସାଇନ୍ସ୍ କଲେଜ ୭ମ ସ୍ଥାନରେ ରହିଥିବାବେଳେ ମଣିପାଳ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ୪୩ ସ୍ଥାନରେ ରହିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ