ଶିବାନନ୍ଦ ସତ୍ସଙ୍ଗ କେନ୍ଦ୍ର ଦ୍ୱାରା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଳିତ

ବ୍ରହ୍ମପୁର : ସମୟରେ ଚନ୍ଦ୍ରମଣିପେଟା ସାହିରେ ଶିବାନନ୍ଦ ସତ୍ସଙ୍ଗ କେନ୍ଦ୍ର ଦ୍ୱାରା ସମନ୍ୱୟ ସମିତି ଦକ୍ଷିଣାଞ୍ଚଳ ଉପସଭାପତି କୁଞ୍ଜ ବିହାରୀ ପାଢ଼ୀ, ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥଙ୍କ ଦ୍ୱାରା ପାଳିତ ହୋଇଯାଇଛି । ଉତ୍ସବରେ ଜୟଗଣେଶ କୀର୍ତ୍ତନ, ଗୁରୁସ୍ତୋତ୍ର, ଜପଧ୍ୟାନ, ଶ୍ରୀସୂକ୍ତମ୍, ଶନିଶ୍ଚର ସ୍ତୋତ୍ରମ୍, ଭଜନ କୀର୍ତ୍ତନ ସହ ସ୍ୱାଧ୍ୟାୟ ପାଠ ହୋଇଥିଲା । ଅତିଥିଭାବେ ସ୍ୱାମୀ ବିଦ୍ୟାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ ଯୋଗ ଦେଇଥିଲେ । ଏଥିରେ ଅନ୍ତର୍ଯ୍ୟାମୀ ତ୍ରିପାଠୀ, ତ୍ରିଲୋଚନ ଦାଶ, ରାଜଲକ୍ଷ୍ମୀ ଗନ୍ତାୟତ,କୁମୁଦିନୀ ପାଢ଼ୀ, ପ୍ରଜ୍ଞା ପାଢ଼ୀ,ଶିବ ଶଙ୍କର ପାଢ଼ୀ, ସୁଜିତ୍ ଗନ୍ତାୟତ, ପ୍ରଭାକର ଗନ୍ତାୟତ, sehipari ବ୍ରହ୍ମପୁର ଶାଖାର ସମ୍ପାଦକ କପିଳେନ୍ଦ୍ର ପଣ୍ଡା, ଅରୁଣ କୁମାର ପାଢ଼ୀ, କୃଷ୍ଣଚନ୍ଦ୍ର ପତି, ପି. ନନ୍ଦିନୀ, ପି. ରାମବାବୁଙ୍କ ସମେତ କେନ୍ଦ୍ରର ଆଖପାଖ ପ୍ରାୟ ୧୦୦ ରୁ ଉଦ୍ଧ୍ୱର୍ ଗୁରୁଭାଇ ଗୁରୁଭଉଣୀ ଯୋଗ ଦେଇଥିଲେ । ସିଦ୍ଧାର୍ଥ ନଗରସ୍ଥିତ ଦିବ୍ୟ ଜୀବନ ସଂଘ, ମୁଖ୍ୟ ଶାଖାରେ ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ଶାଖାର ପରିସରରେ ଚଳିତ ମାସ ୧୨ ତାରିଖ ଶୁକ୍ରବାର ଠାରୁ ୨୦ ତାରିଖ ଶନିବାର ପର୍ଯ୍ୟନ୍ତ ଶ୍ରୀରାମ ନବମୀ ଉପଲକ୍ଷେ ନବଦିନାତ୍ମକ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ପ୍ରତିଦିନ ସକାଳ ୭ ଘଣ୍ଟା ଠାରୁ ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ପାରାୟଣ କାର୍ଯ୍ୟକ୍ରମ ହେବ । ଏଥିରେ ବ୍ୟାସ ଭାବେ ସଂଘର ସମ୍ପାଦକ କପିଳେନ୍ଦ୍ର ପଣ୍ଡା, ପ୍ରବକ୍ତା ରୂପେ ଋଷିକେଶ କୈଳାସ ଆଶ୍ରମର ସଂସ୍କୃତ ଶିକ୍ଷା ପ୍ରାପ୍ତ କରିଥିବା ସ୍ୱାମୀ ସ୍ୱରୂପାନନ୍ଦ ଗିରି ମହାରାଜଜୀ ଉକ୍ତ ପ୍ରତିଦିନ ସନ୍ଧ୍ୟାରେ ଶ୍ରୀରାମ କଥା ବାଣୀ ଶୁଣାଇବେ । ରାମ ଭଗବାନ ଯେଉଁ ଭଳି ନିଜ ଜୀବନରେ ମାତୃ ପିତୃ ସେବା ସହ ଭାତୃ ସେବା କରିଥିଲେ, ସେହିଭଳି ବର୍ତ୍ତମାନର ସମାଜରେ ନୂତନ ପିଢ଼ିଙ୍କୁ ସେହି ପଥ ଅନୁସରଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାଦ୍ୱାରା ଯେ କୌଣସି ପ୍ରକାର ସମସ୍ୟା ସୃଷ୍ଟି ହେଲେ ମଧ୍ୟ ତାହା ଆପେ ଆପେ ସମାଧାନ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ରାମ ଚରିତ୍ର ପରମ ପବିତ୍ର ଅଟେ । ହରି ଅନନ୍ତ , ହରି କଥା ଅନନ୍ତ । ହରିଙ୍କର କଥାର ଅନ୍ତ ନଥାଏ । ଏହା ହିଁ ବେଦାନ୍ତର ସାର । ଅନ୍ୟର ଉପକାର କଲେ ପୁଣ୍ୟ ମିଳିଥାଏ । ଅନ୍ୟର ଅପକାର କଲେ ପାପ ମିଳେ । ତେଣୁ ନିଜ ଜୀବନକୁ ପରିବର୍ତ୍ତନ କରି ଆଧ୍ୟାତ୍ମିକ ମାର୍ଗରେ ଚାଲିବା ପାଇଁ ସମସ୍ତଙ୍କୁ ଚେତାବନୀ ଦେଇଥିଲେ । କାର୍ଯ୍ୟକ୍ରମରେ ଭକ୍ତ ଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ