ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ସୋ

ହିଞ୍ଜିଳିକାଟୁ(ଯୁଗାବ୍ଦ ନ୍ୟୁଜ) : ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଚାଂୟତରେ ହାଇଟେକ ବସରେ ରୋଡ଼ ସୋ କରିଛନ୍ତି ।ତାଙ୍କ ନିର୍ବାଚନ ମଣ୍ଡଳୀର ଶେରଗଡ଼ ବ୍ଲକ ର ବିଭିନ୍ନ କାର‌୍ୟ୍ୟକ୍ରମରେ ଯୋଗଦାନ କରି ନିର୍ଦ୍ଧାରତ ସମୟରେ ହିଞ୍ଜିଳି ବ୍ଲକର ପଲ୍ଲୀପଦ୍ମନାଭପୁର ଠାରେ ପହଚିଂ ପଲ୍ଲୀପଦ୍ମନାଭପୁର ଛକ ରେ ରୋଡ଼ ସୋ କରିବା ସହିତ ଲୋକ ମାନଙ୍କ ଠାରୁ ଭୋଟ ଭିକ୍ଷା କରିଥିଲେ । ପରେ ସେ ବଡ଼ଖଣ୍ଡି, ସମରଝୋଳ, କଚୁଂରୁ, ଦୁର୍ବନ୍ଧ, ଗଣ୍ଡଳା,ବେଲଗାଁ, ଡ଼ି.ପାଟପୁର,ବାଳକୃଷ୍ନପୁର, ନନ୍ଦିକ,ରାଳବ, ଶିକିରି,ହିଞ୍ଜିଳିକାଟୁ ମ୍ୟୁନସିପାଲଟିର କାଳୀ ମନ୍ଦିର ଛକ ପରେ ବିଜୁ ପଟ୍ଟନାୟକ ଛକ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୁର୍ତୀରେ ପୁଷ୍ପମାଲ୍ୟାର୍ପଣ କାର‌୍ୟ୍ରକ୍ରମ ଥିଲେ ମଧ୍ୟ ସେଠାରେ ପହଚିଂ ଲୋକ ମାନଙ୍କୁ ଭୋଟ ଭିକ୍ଷା କରିଥିଲେ ମଧ୍ୟ ପୁଷ୍ପମାଲ୍ୟାର୍ପଣ କରିନଥିଲେ ।ସେଠାରୁ ସେ ବୁରୁପଡ଼ାର ଶ୍ୟାମଳାୟୀ ଛକ, ପୋଡ଼ିଙ୍ଗିଛକ, ପିତଳ ଛକ ଠାରେ ରୋଡ଼ ଶୋ କରିବା ସହିତ ମୁଁ ଆପଣଙ୍କ ଗାଁରେ ପହଚିଂ ଆପଣ ମାନେ ଖୁସିତ ମୁଁ ବି ବହୁତ ଖୁସି ଆପଣ ମାନେ ମୋତେ ଆର୍ଶୀବାଦ କରନ୍ତୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ ।ରୋଡ଼ ଶୋ ର ପ୍ରତ୍ୟେକ କାର‌୍ୟ୍ୟକ୍ରମରେ ସମାନ ଭାଷଣ ଦେଖିବାକୁ ମିଳିଥିଲା ପ୍ରତ୍ୟେକ ଗ୍ରାମର ରାସ୍ତା କଡ଼ରେ ବହୁ ଲୋକ ନବୀନ ବାବୁଙ୍କୁ ଦେଖିବା ଲାଗି ଗହଳି ହୋଇଥିବା ଦେଖିବାକୁ ମିଳିଥିଲା ।ନବୀନ ବାବୁଙ୍କ ଏହି ରୋଡ଼ ଶୋରେ ମୁଖ୍ୟମନ୍ତ୍ରୀଙ୍କ ହାଇଟେକ ବସ ପଛରେ ଏକ ଖୋଲା ଜିପରେ ଆସିକା ଲୋକ ସଭା ପ୍ରାର୍ଥୀନୀ ପ୍ରମିଳା ବିଶୋୟୀ ।ହିଞ୍ଜିଳି ବ୍ଲକ ଅଧକ୍ଷ ଏନ. ରଘୁନାଥ,ବ୍ଲକ ବିଜେଡ଼ି ସଭାପତି ସୁରେନ୍ଦ୍ର ପ୍ରଧାନ,ଏ.ସୁଦର୍ଶନ,ବ୍ଲକ ଯୁବ ବିଜେଡ଼ି ସଭାପତି ମନୋଜ ସାବତ,ଯୁବ ବିଜେଡ଼ି ନେତା ସୁଧାଂଶୁ ସାହୁ,ରାମହରି ଶର୍ମା,ରାମଚନ୍ଦ୍ର ସାହୁ,ନଗର ବିଜେଡ଼ି ସଭାପତି ଭୀମସେନ ବେହେରା,ପୂର୍ବତନ ନଗରପାଳ ଶିବରାମ ଗୌଡ଼,ଉପନଗରପାଳ ପବିତ୍ର ପାଣିଗ୍ରାହୀ,ସୁବାସ ପୋଲାଇ,ଯୁବ ବିଜେଡ଼ି ନେତା ସଞ୍ଜୟ କୁମାର ପଣ୍ଡା,ଶରତ ଚନ୍ଦ୍ର ମହାପାତ୍ର,ପ୍ୟାରୀ ମୋହନ ପାଢୀ,ନୀଳମଣୀ ପଟ୍ଟନାୟକ,ଛାତ୍ର ବିଜେଡ଼ି ସଭାପତି ସବୀର କୁମାର ପଣ୍ଡା ସମେତ ବହୁ ବିଜେଡ଼ି ନେତା ଉପସ୍ଥିତ ଥିଲେ ।ସୁରକ୍ଷାକୁ ଦୃଷ୍ଟିରେ ରଖି ହିଞ୍ଜିଳିର ବିଭିନ୍ନ ଅଚଂଳରେ ୧୦ ପ୍ଲାଟୁନ ପୁଲିସ ମୃତୟନ କରାଯାଇଥିଲା ।ଖୋଦ ଗଞ୍ଜାମ ଏସ.ପି ବ୍ରିଜେଶ କୁମାର ରାଏ ସୁରକ୍ଷା ଦାୟିତ୍ୱ ନେଇଥିବା ବେଳେ ଆସିକା ଏସ.ଡ଼ି.ପିଓ ସୁର‌୍ୟ୍ୟମଣି ପ୍ରଧାନ,ହିଞ୍ଜିଳି ଆଇ.ଆଇ.ସି ଅଭିମନ୍ୟୁ ଦାସ,ରମ୍ଭା ଆଇ.ଆଇ.ସି କୃର୍ଷ୍ଣ ଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ