ଅଖିଳ ଭାରତ ହିନ୍ଦୁ ମହାସଭାର ନିର୍ବାଚନ ଇସ୍ତାହାର ପ୍ରକାଶ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ ) : ଅଖିଳ ଭାରତ ହିନ୍ଦୁ ମହାସଭା ଓଡ଼ିଶା ଶାଖାର ନିର୍ବାଚନ ଇସ୍ତାହାର ପ୍ରକାଶ ପାଇଛି । ଏଥିରେ ଦେଶ ତଥା ରାଜ୍ୟରେ ଏକ ବିକାଶମୁଖୀ ଶାସନ, ଓଡ଼ିଶାର ସ୍ୱାଭିମାନର ପ୍ରତିଷ୍ଠା, •ଷ ଓ •ଷୀର ବିକାଶ, ଆଦିବସୀ ହରିଜନ ତଥା ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ରୋଜଗାରର ପଦକ୍ଷେପ ଉପରେ ଗୁରତ୍ୱ ଦିଆଯାଇଛି ବୋଲି ରାଜ୍ୟ ଅଧ୍ୟକ୍ଷା ଶ୍ରୀମତୀ ଗୀତା ଚୟନୀ କହିଛନ୍ତି । ଶ୍ରୀମତୀ ଚୟନୀ କହିଛନ୍ତି ଯେ, ରାଜନୀତି ମାର୍ଗଦର୍ଶନକୁ ଯେଉଁ ଦିଗରେ ପ୍ରୟୋଗ କରିବା କଥା, ତାହା ନ କରି ବିପରୀତ ଦିଗରେ ଗତି କରୁଛି । ଯଦ୍ୱାରା ଦେଶରେ ଗଣତାନ୍ତ୍ରିକ ଭାବ ଏବଂ ସହନଶୀଳତାର ସୀମା ଉଲଂଘନ କରୁଛି । କେନ୍ଦ୍ର ବିଜେପି ସରକାର ଶିଳ୍ପପତି, ପୁଞ୍ଜିପତିମାନଙ୍କ ସ୍ୱାର୍ଥ ସାଧନରେ ଗରୀବ ସଂଖ୍ୟା ବୃଦ୍ଧି କରିବାରେ ଲାଗିଛି । •ଷୀ ଆତ୍ମହତ୍ୟା ଠାରୁ ଆରମ୍ଭ କରି ବେକାରୀ ଓ ଦାରିଦ୍ର୍ୟତା ବଢି ବଢି •ଲିଛି । ଅଖିଳ ଭାରତ ହିନ୍ଦୁ ମହାସଭା ୨୦୧୯ ନିର୍ବାଚନରେ ଏକ ନିର୍ଣ୍ଣାୟକ ଭୂମିକା ନେବ ବୋଲି ଦୃଢ ଆଶପୋଷଣ କରିଛି ଏହି ନିର୍ବାଚନରେ ଜନସାଧାରଣଙ୍କୁ ଏକ ଦୁର୍ନୀତିମୁକ୍ତ ସ୍ୱଚ୍ଛ ଶାସନ ତଥା ଅର୍ଥନୈତିକ, ସାମାଜିକ, ରାଜନୈତିକ ସଙ୍କଟରୁ ମୁକ୍ତ ଓ ଧର୍ମ ନିୟନ୍ତ୍ରିତ ସାମାଜିକ ସଂସ୍କାରର ବିକାଶ ଦିଗରେ ସଂଗ୍ରାମ ଜାରି ରହିବ ବୋଲି ଶ୍ରୀମତୀ ଚୟନୀ କହିଛନ୍ତି । ଶେଷ ଦୁଇ ପର୍ଯ୍ୟାୟ ନିର୍ବାଚନରେ, ଅନେକ ବିଜେପି ଓ କଂଗ୍ରେସ କର୍ମୀ ହିନ୍ଦୁ ମହାସଭାରେ ସାମିଲ୍ ହୋଇ ନିର୍ବାଚନ ଲଢୁଛନ୍ତି । କଟକ-ବାରବାଟୀ ବିଧାନସଭା ଆସନରୁ ଶିତଳ କିନ୍ନର, ପୁରୀ ଲୋକସଭା ଆସନରୁ ଜୟପ୍ରକାଶ ସେଠୀ, ମୟୁରଭଞ୍ଜ ଲୋକସଭା ଆସନରୁ ଅବସରପ୍ରାପ୍ତ ସହକାରୀ ପ୍ରକଳ୍ପ ଅଧିକାରୀ ଲାଲାମୋହନ ହାଁସଦା, ଭଦ୍ରକ ଲୋକସଭା ଅସନରୁ ପୂର୍ବତନ ବିଜେପି ଜିଲ୍ଲା ସଭାପତି ପୀତାମ୍ବର ସେଠୀ ଓ ଜଗତସିଂହପୁର ଲୋକସଭା ଆସନରୁ ଦୀପକ କୁମାର ଦାସ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ରେଙ୍ଗାଲୀ ବିଧାନସଭା ଆସନରୁ ବିଦ୍ୟାଧର ପାଣ୍ଡବ, କରଞ୍ଜିଆ ବିଧାନସଭା ଆସନରୁ ରଘୁନାଥ ନାୟକ, ଚମ୍ପୁଆ ବିଧାନସଭା ଆସନରୁ ଦୀନବନ୍ଧୁ କର, ମୋରଡ଼ା ବିଧାନସଭା ଆସନରୁ ସନ୍ତୋଷ ସିଂ, କୋରେଇ ବିଧାନସଭା ଆସନରୁ ମିହିର କୁମାର ଭୋଇ, ଧର୍ମଶାଳା ବିଧାନସଭା ଆସନରୁ ଈଶ୍ୱର ଚନ୍ଦ୍ର ପ୍ରଧାନ, ବାଲେଶ୍ୱର ବିଧାନସଭା ଆସନରୁ ସାଧନା ଦାସ, ରେମୁଣା ବିଧାନସଭା ଆସନରୁ ସନ୍ତୋଷ କୁମାର ସେଠୀ, ଧାମନଗର ବିଧାନସଭା ଆସନରୁ ପ୍ରସନ୍ନ କୁମାର ଦାସ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏହି ସଭାରେ ରାଜ୍ୟ ଉପସଭାପତି ଆଡ଼ଭୋକେଟ ଭାସ୍କର ଚନ୍ଦ୍ର ମହାନ୍ତି, ସଂଗଠନ ମନ୍ତ୍ରୀ ଚିନ୍ମୟ ମହାପାତ୍ର, ସମ୍ପାଦକ ସୁମନ୍ତ ସ୍ୱାଇଁ, ସମ୍ପାଦକ ସନ୍ତୋଷ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।


